ବିବାହ ବିଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଆଉ ୬ ମାସର ଅପେକ୍ଷା ନାହିଁ ଏଣିକି ତୁରନ୍ତ ହେବ ଛାଡ଼ପତ୍ର
Khabar Odisha:Supreme-Court-verdict-on-divorce-No-more-waiting-for-6-months-divorce-will-be-immediate
ଖବର ଓଡିଶା : 02/05/2023

ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର କ୍ଷମତା ପ୍ରୟୋଗ କରି ଦେଶର ଶୀର୍ଷ ଅଦାଲତ ‘ବିବାହ ଭାଙ୍ଗିବା କାରଣ’ରୁ ବିବାହ ଭଙ୍ଗ କରାଯାଇପାରିବ ବୋଲି ଏକ ବଡ଼ ରାୟ ଦେଇଛନ୍ତି। ଗତକାଲି ଏକ ମାମଲାର ଶୁଣାଣି ବେଳେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ପରସ୍ପରର ସହମତିରେ ଛାଡ଼ପତ୍ର ମାମଲାରେ, ଆଇନ ଅନୁସାରେ ପୂର୍ବରୁ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା । ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କଲେ, ପରିବାର ଅଦାଲତ ୬ ମାସ ସମୟ ଦେଉଥିଲେ । ନିଜ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେମାନଙ୍କୁ ଏହି ସମୟ ଦିଆଯାଉଥିଲା । ଏହା ଦ୍ୱାରା ବହୁ ମାମଲା ପଡ଼ି ରହୁଥିଲା । କେତେକ କ୍ଷେତ୍ରରେ ଆହୁରି ତିକ୍ତତା ମଧ୍ୟ ବଢୁଥିଲା । ତେବେ ଗତକାଲିର ସୁପ୍ରିମକୋର୍ଟ ରାୟ ପରେ ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କିନ୍ତୁ ସବୁ ବିବାହ ବିଚ୍ଛେଦ ମାମଲା ପାଇଁ ଏହା ଲାଗୁ ହେବ ନାହିଁ । ମାମଲାର ଶୁଣାଣି ବେଳେ ରକ୍ଷଣାବେକ୍ଷଣ, ଭରଣପୋଷଣ ଓ ପିଲାଙ୍କ ଦାୟିତ୍ବକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଜଷ୍ଟିସ ସଞ୍ଜୟ କିଷନ କୌଲ, ସଞ୍ଜୀବ ଖନ୍ନା, ଏ ଏସ୍ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

Subscribe

National International State Sports Entertainment