ଭୁବନେଶ୍ୱର : ପ୍ରାୟତଃ ଭାରତୀୟମାନେ ନିଜ ଖାଦ୍ୟରେ ଅଧିକ ସ୍ୱାଦ ତଥା ସୁଗନ୍ଧ ଆଣିବା ପାଇଁ ଅନେକ ପ୍ରକାରର ଗୋଟା ମସଲାର ବ୍ୟବହାର କରିଥାନ୍ତି। ସେହି ସବୁ ଗୋଟା ମସଲା ମଧ୍ୟରୁ ଜାଇଫଳ ଏକ ଅତ୍ୟନ୍ତ ଲାଭଦାୟକ ମସଲା ଅଟେ। ଯାହା ଆମ ଶରୀରରେ ଔଷଧ ଭାବେ ମଧ୍ୟ କାର୍ଯ୍ୟ କରିଥାଏ। ତେବେ ଶୀତଦିନେ ବିଶେଷ କରି ଏହା ଶିଶୁମାନଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ତେଣୁ ଏହାକୁ ପ୍ରତ୍ୟକ ଦିନ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ।
ଜାଇଫଳରେ ପ୍ରଚୁର ପରିମାଣର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ଭରି ହୋଇ ରହିଥାଏ। ସାଧାରଣତଃ ଶୀତଦିନେ ପିଲାମାନଙ୍କର ଥଣ୍ଡା, କାଶ, ଛିଙ୍କ, ପାଟି ଘାଆ, ପେଟ ଯନ୍ତ୍ରଣା ଭଳି ଅନେକ ସମସ୍ୟା ଦେଖା ଦେଉଥାଏ। ତେଣୁ ପ୍ରତ୍ୟକ ଦିନ ଜାଇଫଳର ଗୁଣ୍ଡକୁ ଗରମ ପାଣି ସହ ମିଶାଇ ପିଲାଙ୍କୁ ପିଇବାକୁ ଦେବା ଦ୍ୱାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବଢିଥାଏ।
ଆସନ୍ତୁ ଜାଣିବା କେଉଁ ସବୁ ସମସ୍ୟା ଦୂର କରେ ଜାଇଫଳ :
ବଦହଜମି ଦୂର କରେ :
ପ୍ରାୟତଃ ଲୋକମାନେ ବଦହଜମି ହେଉଛି ଏକ ବଡ ସମସ୍ୟା। ଯାହା ପ୍ରାୟତଃ ବହୁ ସମୟ ଧରି ଲାଗି ରହିଥାଏ। ତେବେ ଯଦି ସମ୍ପୂର୍ଣ୍ଣ ବଦହଜମି ଦୂର କରିବାକୁ ଚାହାନ୍ତି ତେବେ ଜାଇଫଳ ବ୍ୟବହାର କରନ୍ତୁ। ଜାଇଫଳକୁ ଭାଙ୍ଗନ୍ତୁ ଏବଂ ଏହାକୁ ଘିଅ କିମ୍ବା ମହୁରେ ମିଶାଇ ନାହିରେ ଲଗାନ୍ତୁ। ଯାହା ପେଟ ଯନ୍ତ୍ରଣା ଜନିତ ସମସ୍ୟାରୁ ମୁକ୍ତି ଦେବ। ଏହା କରିବା ଦ୍ୱାରା ପିଲାର ମେଟାବୋଲିଜିମ୍ ମଧ୍ୟ ଭଲ ରହିଥାଏ। ତେଣୁ ବଦହଜମି ସମୟରେ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ।
କାନ ଯନ୍ତ୍ରଣାରୁ ମୁକ୍ତି :
ବାରମ୍ବାର କାନ ଯନ୍ତ୍ରଣା ହେଉଥିଲେ ଜାଇଫଳକୁ ଗ୍ରାଇଣ୍ଡ୍ କରି ସୋରିଷ ତେଲରେ ମିଶାଇ କାନ ପଛରେ ମଧ୍ୟ ଲଗାଇପାରିବେ। କାରଣ ଜାଇଫଳରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଭରି ହୋଇଥାଏ। ଯାହା କାନ ଯନ୍ତ୍ରଣାରୁ ଆରାମ ଦେଇଥାଏ। ତେଣୁ ଯଦି ଥଣ୍ଡା କିମ୍ବା ଅନ୍ୟ କୌଣସି କାରଣ ପାଇଁ କାନ ଯନ୍ତ୍ରଣା ହେଉଛି ତେବେ ଯଇଫଲରା ବ୍ୟବହାର ଅତ୍ୟନ୍ତ ଲାଭଦାୟକ।
ପାଟି ଘା’ରୁ ମୁକ୍ତି :
ପ୍ରାୟତଃ ପିଲାମାନଙ୍କ ପାଟିରେ ଘା ’ହୋଇଯାଏ। ଯେଉଁଥିପାଇଁ ସେମାନଙ୍କୁ ଖାଇବା ପିଇବାରେ ଅସୁବିଧା ହୋଇଥାଏ। ପିଲାଙ୍କ ପାଟିରେ ଘା’ ହୋଇଥିଲେ ତାଙ୍କୁ ଜାଇଫଳ ଗୁଣ୍ଡ ଖାଇବା ପାଇଁ ଦିଅନ୍ତୁ। ଜାଇଫଳ ଏବଂ ମିଶିରି ଖଣ୍ଡକୁ ମିଶ୍ରଣ କରି ପିଲାକୁ ଦିଅନ୍ତ। ଏହା ପେଟକୁ ଥଣ୍ଡା କରିବ ଏବଂ ପାଟିରେ ହୋଇଥିବା ଘା’କୁ ଭଲ କରିଦେବ। ତେବେ ଏହାର ସେବନ ମଧ୍ୟ ଅତ୍ୟନ୍ତ ଲାଭଦାୟକ।