ଏବେ ଫୋନ୍ କଭରରେ ଟଙ୍କା ରଖୁଥିଲେ ହୋଇଯାଆନ୍ତୁ ସାବଧାନ ! କାହିଁକି ନା ଏହା ଆପଣଙ୍କ ଜୀବନ ପାଇଁ ବିପଦ ହେଇପାରେ । ଆପଣଙ୍କୁ ଏ କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବିଶେଷଜ୍ଞମାନଙ୍କ ମତରେ , ଫୋନ୍ କଭରର ପଛ ପଟେ ନୋଟ୍ ରଖିଲେ ଫୋନରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ ।
କାହିଁକି ନାଁ ଆପଣମାନେ ଦେଖିଥିବେ କି ଅଧିକ ସମୟ ଧରି ଫୋନରେ କଥା ହେଲେ , ଫୋନ ଚଲେଇଲେ କି ଗେମ ଖେଳିବା ସମୟରେ ମୋବାଇଲ ଟି ବହୁତ ଗରମ ହୋଇଯାଏ । ଏହା ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ । ଅଧିକ ସମୟ ଫୋନ୍ ବ୍ୟବହାର ଦ୍ୱାରା ମୋବାଇର ଉପର ଗରମ ହୋଇଥାଏ ।ତେଣୁ ଏଥିପାଇଁ ଫୋନର କଭର୍ କାଢିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ । ଏପରି ପରିସ୍ଥିତି ରେ ଯଦି ଆପଣ ଫୋନ କଭର ପଛ ପଟେ ନୋଟ ରଖିଥିବେ ତାହାଲେ ଆପଣଙ୍କ ଫୋନରେ ନିଆଁ ଲାଗିବାର ଆଂଶକା ବଢିଯାଇଥାଏ । କାହିଁକିନା ଟାଇଟ୍ କଭର ପାଇଁ ମୋବାଇଲ୍ ଶୀଘ୍ର ଗରମ ହେବା ସହ ଫାଟିବାର ମଧ୍ୟ ଆଶଙ୍କା ବଢିଯାଇଥାଏ । ଏଭଳି ପରିସ୍ଥିତିରୁ ବଞ୍ଚିବାକୁ ହେଲେ ଫୋନ ପଛ ପଟ କଭର ରୁ ନୋଟ କାଢିଦିଅନ୍ତୁ , ଓ ମୋବାଇଲରେ ଅତ୍ୟଧିକ ଟାଇଟ୍ କଭର ପକାନ୍ତୁ ନାହିଁ ।
ଆଗକୁ ପଢ଼ନ୍ତୁ :- ଦ୍ରୁତ ଜଙ୍ଗଲ କ୍ଷୟ ଏବଂ ବେଆଇନ ଶିକାର ଯୋଗୁ କମୁଛି ସିଂହଙ୍କ ସଂଖ୍ୟା