ଭୁବନେଶ୍ୱର ; ବାଇ ଚଢେଇ ଗୋଟିଏ ଛୋଟିଆ ପକ୍ଷୀ। ଯାହାର କାର୍ଯ୍ଯକଳାପ ଆମେ ପିଲାଦିନେ ଆମେ ସାହିତ୍ୟ ବହିରେ ପଢିଛେ। ପକ୍ଷୀଟି ଦେଖିବା ପାଇଁ ଯେତିକି ସୁନ୍ଦର ତାର ବସା ତିଆରି କରିବା ଶୈଳୀ ବି ସେତିକି ସୁନ୍ଦର। ସେ ତିଆରି କରିଥିବା ତଳମୁଁହା ବାୟା ବସା ଆଜିର ସମାଜକୁ ଅନେକ କିଛି ଶିଖାଏ। ଆଜିର ଏ ଚାକଚକ୍ୟ କଙ୍କ୍ରିଟ ଦୁନିଆରେ ଲୋପ ପାଇବାକୁ ବସିଛନ୍ତି ମଣିଷ ସମାଜକୁ ପ୍ରେରଣା ଦେଉଥିବା ବାଇ ଚଢେଇ ଭଳି ଅନେକ ଉତ୍ସ।
ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ କି ବୁଢୀମା ନାତି ନାତୁଣୀଙ୍କୁ ଆଉ ଶୁଣାଉନି ବାଇ ଚଢେଇ ରେ ବାଇ ଚଢେଇ ଗୀତ । ଏ କଥା ଏଵେ ଆଉ ଶୁଣିବାକୁ ମିଳିବନି କି ଆମ ଭବିଷ୍ୟତ ପିଢ଼ି ଏହି କୁନି ଚଢେଇର ସଂଘର୍ଷ ଭରା କାହାଣୀ ବହିରେ ପଡୁଥିଲେ ମଧ୍ୟ ସେମାନଙ୍କୁ ଦେଖିବାକୁ ପାଇବେନି । ବିଲୁପ୍ତର ଦ୍ୱାର ଦେଶରେ ପହଞ୍ଚିଲେଣି ଏହି ବାଇ ଚଢେଇ ଆଗାମୀ ପିଢ଼ି ପାଇଁ କେବଳ ବହି ଚିତ୍ରରେ ସୀମିତ ରହିବନି ତ । କିଛି ଏଭଳି ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ୍ । ଗାଁ ନିକଟ ତାଳ ଆଉ ଖଜୁରୀ ଗଛକୁ ସୁରକ୍ଷିତ ମଣି ଏହି ପକ୍ଷୀ ତାର ବସା ବାନ୍ଧିଥାଏ । ବର୍ଷା ଦିନ ପୂର୍ବରୁ ବାଇ ଚଢେଇ ବନ୍ଧୁଥିବା ଏହି ବସା ଚାଷୀ କୂଳକୁ ଦେଇଥାଏ ଅନେକ ବାର୍ତ୍ତା । ଚାଷୀ ବାଇ ଚଢେଇ ବସାକୁ ଦେଖି ତାର ଫସଲ କାର୍ଯ୍ୟ ଆଗକୁ ବଢ଼ାଇଥାଏ ବୋଲି ପରିବେଶବିତ୍ କହିଛନ୍ତି ।06/
ବଦଳୁଥିବା ଦୁନିଆ ସହ ତାଳ ଦେଇ ଆମ ସଭ୍ୟତା ବଦଳୁଛି । ଅସନ୍ତୁଳନ ପରିବେଶ ଓ ଜୈବ ବିବିଧତା ମଧ୍ୟରେ ଏଠି ବିପଦରେ ପଡିଛନ୍ତି ବନ୍ୟଜନ୍ତୁଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଜାତିର ଜୀବ । ଆଉ ତାହାରି ଭିତରେ ଇତିହାସର ମୁକସାକ୍ଷୀ ହୋଇରହିଛି ବାଇଚଢ଼େଇ। ଯେଉଁ ବାଇଚଢେଇର କିଚିରିମିଚିରି ଶବ୍ଦରେ ଫାଟିପଡୁଥିଲା ପରିବେଶ ତାହା ଏବେ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଗାଁ ଗଣ୍ଡାରେ ଦୂର ତାଳବଣରେ ଆଉ ଦିଶୁନାହିଁ ବାଇଚଢ଼େଇ ବସା କିମ୍ବା ସେଇ ବସା ଭିତରେ ଓହଳି ରହିଥିବା ଶହ ଶହ ବାଇଚଢ଼େଇଙ୍କ ଚିତ୍ର । ବର୍ତମାନର ପରିସ୍ଥିତି ବିଶ୍ବରେ ତାପମାତ୍ରାରେ ଅସ୍ଥିରତା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଆଜି ଭାଙ୍ଗି ଦେଇଛି ବାଇ ଚଢେଇର ବସା । ଯେଉଁ ବାଇଚଢ଼େଇ ଠାରୁ ଶିଖୁବାକୁ ମିଳିଥାଏ ତାର କାରିଗରୀ ଆଉ ଯୌଥ ପରିବାରର ଚଳଣି ସହ ଝଡ଼ବତାସରେ ଦୃଢ ଭଳି ରହିବାର ବିରଳ ଶିକ୍ଷା । ଗୋଟିଏ ପଟେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସାଧାରଣ ଜୀବନଶୈଳୀରେ ବୃହତ ପରିବର୍ତ୍ତନ ଆଜି ହଜାଇ ଦେଇଛି ବାଇଚଢ଼େଇ ସହ ରହିଥିବା ସ୍ମୃତି।
। ସାରା ବିଶ୍ଵ ଆଜି ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଆଉ ପାଦେ ଆଗକୁ ପାଦ ବଢ଼ାଉଛି ସତ କିନ୍ତୁ ତାରି ଭିତରେ ଆମେ ଆମ ପରିବେଶ ତା ଦ୍ୱାରା କେତେ କ୍ଷତି ସହୁଛି ତାକୁ ଆମେ ଅଣଦେଖା କରୁଛେ। ବିଶେଷ କରି ଯୋଗାଯୋଗ କ୍ଷେତ୍ରରେ ଅନ୍ୟ ବିକଶିତ ରାଷ୍ଟ୍ର ସହ ସମତୁଲ ହେବା ପାଇଁ ଆମେ ଏବେ ପ୍ରତିଯୋଗିତାର ଶୀର୍ଷରେ । ଯୋଗାଯୋଗ କ୍ଷେତ୍ରରେ ନୂଆ ପିଢ଼ିଙ୍କ ପାଇଁ ନୂତନ ଜ୍ଞାନକୌଶଳ ଉଦ୍ଭାବନ ଏହି କୁନି ବାଇଚଢ଼େଇ ପାଇଁ କାଳ ସାଜିଛି । ଯୋଗାଯୋଗ କ୍ଷେତ୍ରରେ ଆଜି ଆମେ 5G କୁ ବ୍ୟବହାର କରୁଛେ ସତ କିନ୍ତୁ ଏହାର ବିକିରଣ ଦ୍ୱାରା ଏହି ଛୋଟ ଯିବ ଏଵେ ସେମାନଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏକ ପ୍ରକାର ସଂଘର୍ଷ କରୁଛନ୍ତି । ସେହିଭଳି ଦ୍ରୁତ ଶିଳ୍ପାୟନ , ଯୋଗାଯୋଗ କ୍ଷେତ୍ରରେ ଅଭିବୃଦ୍ଧି, ନୂତନ ଜ୍ଞାନକୌଶଳର କ୍ଷମତା ଠାରୁ ଅଧିକ ବ୍ୟବହାର ସତେ ଯେମିତି ଦାଉ ସାଜିଛି ପ୍ରକୃତିର ଏକ ସୁନ୍ଦର ସୃଷ୍ଟି ବାଇଚଢ଼େଇ ଉପରେ ବୋଲି କହିଛନ୍ତି ପରିବେଷବିତ। କେବଳ ପରିବେଷବିତ ନୁଁହନ୍ତି ବରଂ ଯୁବ ସଂଗୀତକାର ବାପି ମହାପାତ୍ର ମଧ୍ୟ ସଂଗୀତ ମାଧ୍ୟମରେ ଏହି ବିଲୁପ୍ତ ପଥର ପଥିକ ବାଇଚଢେଇ ପାଇଁ ଗୀତ ଓ ସଂଗୀତ ମାଧ୍ୟମରେ ସଚେତନ କରିଛନ୍ତି । ସମୟ ଆସିଛି ଏହି କୁନି ପରିବେଶ ଉପଯୋଗୀ ପକ୍ଷୀଙ୍କ କଥା ଚିନ୍ତା କରିବାର । ନଚେତ ଏହି ପକ୍ଷୀଙ୍କ ପରି ମାନବ ସମାଜ ମଧ୍ୟ କେତେବେଳେ ଯେ ବିଲୁପ୍ତର ଦ୍ୱାର ଦେଶରେ ନପଂହଁଞ୍ଚିବ କିଏ କହିବ ?