ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ଲଗାତାର ଦମଦାର ପ୍ରଦର୍ଶନ କରୁଥିବା ସତ୍ତ୍ଵେ କ୍ରିକେଟର ସରଫରାଜ ଖାନଙ୍କୁ ଭାରତୀୟ ଏ ଦଳରେ ସାମିଲ୍ ନ କରାଯିବା ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ସମାଜବାଦୀ ପାର୍ଟିର ସାଂସଦ ଜିୟାଉର ରେହମାନ ବର୍କ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଯଦି ଧର୍ମ ଆଧାରରେ ସରଫରାଜଙ୍କୁ ବାହାରେ ରଖାଯିବା ଜଣା ପଡ଼େ ତେବେ ଏହି ପ୍ରସଙ୍ଗକୁ ସଂସଦର କ୍ରୀଡ଼ା ସଂପର୍କିତ ସ୍ଥାୟୀ କମିଟିରେ ଉଠାଯିବ। ଏହି ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇ ସପା ସାଂସଦ କହିଛନ୍ତି, ଯଦି କାହାକୁ ଧର୍ମ ଆଧାରରେ ଦଳରୁ ବାଦ୍ ଦିଆଯିବ ତେବେ ଏହା ଆମର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ।
ଏହି ବିବାଦ ସେହି ସମୟରେ ଆରମ୍ଭ ହେଲା, ଯେବେ କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଲେ। ସେ କହିଥିଲେ, ସରଫରାଜ ଖାନଙ୍କୁ ତାଙ୍କ ସରନେମ ଖାନ କାରଣରୁ ଭାରତିୟ କ୍ରିକେଟ୍ ଦଳରୁ ବାହାରେ ରଖାଯାଉଛି।ସରଫରାଜଙ୍କୁ ନିକଟରେ ଘୋଷିତ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ଦୁଇଟି ମ୍ୟାଚରେ ଭାରତୀୟ ଏ ଦଳରେ ସାମିଲ୍ କରାଯାଇ ନାହିଁ। ସରଫରାଜଙ୍କ ଘରୋଇ ରେକର୍ଡ ବେଶ ପ୍ରଭାବଶାଳୀ ରହିଛି।
ସାଂସଦ ବର୍କ ଜୋର ଦେଇ କହିଛନ୍ତି, ଏହା ଏମିତି କେବେ ଘଟିନି ଯେ, ଗୋଟିଏ ବିଶେଷ ଧର୍ମର ଲୋକ ହିଁ ଦେଶର ଗୌରବ ବଢାଇଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ଧର୍ମ ଓ ଜାତିର ଲୋକେ ସର୍ବଦା ଦେଶ ପାଇଁ ଖେଳୁଛନ୍ତି ଏବଂ ଦେଶର ସମ୍ମାନ ବଢାଇଛନ୍ତି । ଏଥିରେ ମୁସଲିମ ସମାଜର ଲୋକ ମଧ୍ୟ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଛନ୍ତି । ମୁଁ ଆଶା କରୁଛି କେବେ ବି ଏମିତି ହେବନି ଯେଉଁଠି ଧର୍ମକୁ ଆଧାର କରି ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯିବ । ଯଦି ଏମିତି ହେଉଥିବ ତେବେ ଏହାକୁ ସଂସଦରେ ଉଠାଯି ବୋଲି ସମାଜବାଦୀ ପାର୍ଟିର ସାଂସଦ କହିଛନ୍ତି ।
Also read: ପାକିସ୍ତାନକୁ ହରାଇଲା ଭାରତୀୟ କବାଡି ଟିମ୍, ହାତ ମିଳାଇଲେ ନାହିଁ ଖେଳାଳି