2025 ମସିହା ପରେ ଉଭାନ୍ ହୋଇଯିବ ଶନି ଗ୍ରହର ସୁନ୍ଦର ବଳୟ । ଆଉ ମାତ୍ର ୧୮ ମାସ ଭିତରେ ଏହି ଗ୍ୟାସୀୟ ଗ୍ରହର ବଳୟ ଅଦୃଶ୍ୟ ହୋଇଯିବ । ଆମ ସୌରମଣ୍ଡଳର ୬ଷ୍ଠ ଗ୍ରହ ହେଉଛି ଶନି ଓ ଏହାର ସୁନ୍ଦର ବଳୟ ଆଉ କିଛି ଦିନପରେ ଦେଖାଯିବନାହିଁ ।
ଆଉ ମାତ୍ର ୧୮ ମାସ ଭିତରେ ଏହି ଗ୍ୟାସୀୟ ଗ୍ରହର ବଳୟ ଅଦୃଶ୍ୟ ହୋଇଯିବ । ଏଥିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ। କାହିଁକି ନା ଏହା ହେଉଛି ଏକ ପ୍ରହେଳିକା । ଏହାକୁ ପୁନର୍ବାର ଲୋକମାନେ ଦେଖିପାରିବେ । ଏହାର ପୃଷ୍ଠଠାରୁ ଶନି ଗ୍ରହର ବଳୟ ପ୍ରାୟେ ୧୭୫,୦୦୦ ମାଇଲ ପର୍ଯ୍ୟନ୍ତ ବିସ୍ତୃତ । ଶନି ଗ୍ରହ ପୃଥିବୀ ସହ ପୂର୍ବ ସରଳରେଖାରେ ଆଉ ନାହିଁ । ପ୍ରାୟେ ଏହା ୯ ଡିଗ୍ରୀ କୋଣରେ ଢଳି ରହିଛି । ଆସନ୍ତା ୨୦୨୪ ମସିହାରେ କୋଣ ହ୍ରାସ ପାଇ ଏହା ପ୍ରାୟେ ୩.୭ ଡିଗ୍ରୀ ହେବ । ୨୦୨୫ ମସିହା ମାର୍ଚ୍ଚ ମାସରେ ଏହି କୋଣ ଶୂନ୍ୟ ହୋଇଯିବ । ତେବେ ଶନିର ଆକର୍ଷଣୀୟ ବଳୟକୁ ପୁଣିଥରେ ଦେଖିବା ପାଇଁ ମହାକାଶପ୍ରେମୀଙ୍କୁ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।ଏହି ଗ୍ରହ ଘୂରିବା ସହ ଏହାର ଅପର ପାର୍ଶ୍ଵର ବଳୟ ଦୃଶ୍ୟମାନ ହେବ । ଆସନ୍ତା ୨୦୩୨ ମସିହାରେ ଏହି ଦୃଶ୍ୟ ଦେଖିବାକୁ ମିଳିବ । ସେତେବେଳେ ଏହାର କୋଣ ୨୭ ଡିଗ୍ରୀ ଆଡକୁ ଢଳି ରହିବ । ସୂର୍ଯ୍ୟ ଚାରିପାଖରେ ଶନି ଗ୍ରହକୁ ପୂର୍ଣ୍ଣ ପରିକ୍ରମା କରିବାକୁ ୨୯.୫ ବର୍ଷ ସମୟ ଲାଗିଥାଏ । ସୂର୍ଯ୍ୟକୁ ପରିକ୍ରମା କରୁଥିବାରୁ ଏହି ବଳୟର କୋଣ ସୂର୍ଯ୍ୟ ସାପେକ୍ଷରେ ୨୭.୩ ଡିଗ୍ରୀ ଭିନ୍ନ ହୋଇଥାଏ । ପ୍ରାୟେ ୨୯.୫ ବର୍ଷରେ ଦୁଇଥର ଏହି ବଳୟ ସୂର୍ଯ୍ୟ ଓ ପୃଥିବୀର ଧାରରେ ରହିଥାଏ ।
ଏହାପୂର୍ବରୁ ୨୦୦୯ ମସିହା ଓ ୧୯୯୬ ମସିହାରେ ଶନିର ବଳୟ ଅଦୃଶ୍ୟ ହୋଇଥିଲା । ଶନିର ବଳୟ ଅତ୍ୟନ୍ତ ପତଳା । ଏହାର ଉଚ୍ଚତା ପ୍ରାୟ ୯୦ ମିଟର । ଏହା ଯେତେବେଳେ ପୃଥିବୀର ଧାରରେ ରହେ ସେତେବେଳେ ଅଦୃଶ୍ୟ ହୋଇଯାଏ । ସୌରଜଗତର ଏକ ଅଂଶବିଶେଷ ହେଉଛି ଶନି ଗ୍ରହ । ଏହା 8 ଟି ଗ୍ରହ ମଧ୍ୟରୁ ହେଉଛି ଷଷ୍ଠ ଗ୍ରହ । ବୃହସ୍ପତି ଗ୍ରହ ପରେ ଶନି ହେଉଛି ଦ୍ୱିତୀୟ ବୃହତ୍ତମ ଗ୍ରହ । ଏହାର ବ୍ୟାସାର୍ଦ୍ଧ ପୃଥିବୀ ଠାରୁ ୯ ଗୁଣ ଅଧିକ । ଏହାର ଘନତ୍ୱ ପୃଥିବୀ ଘନତ୍ୱର ଆଠ ଭାଗରୁ ଭାଗେ । ତେଣୁ ଶନି ପୃଥିବୀଠାରୁ ପଞ୍ଚାନବେ ଗୁଣ ବଡ଼ । ଶନିର ଆଭ୍ୟନ୍ତର ଲୁହା-ନିକେଲ ଓ ସିଲିକନ ଅମ୍ଳଜାନର ପଥରରେ ଗଠିତ । ସେହିପରି ଆନ୍ତରିକଭାଗ ଧାତବ ଉଦଜାନରେ ଗଠିତ । ଏହି ଧାତବ ଉଦଜାନରେ ଗଠିତ ଆନ୍ତରିକ ଭାଗରେ ବହୁଥିବା ବିଦ୍ୟୁତ ଏକ ଦୁର୍ବଳ ଚୁମ୍ବକୀୟ କ୍ଷେତ୍ର ରଚନା କରିଥାଏ । ଆନ୍ତରିକ ଓ ବାହ୍ୟ ଭାଗର ମଧ୍ୟବର୍ତ୍ତୀ ଭାଗ ତରଳ ଉଦ୍ଜାନ ଓ ତରଳ ହିଲିଅମରେ ଗଠିତ ବୋଲି ଜଣାପଡ଼ିଛି । ଶନିର ବାୟୁମଣ୍ଡଳ ସାମାନ୍ୟ ହଳଦିଆ ରଙ୍ଗ ଭଳି ପ୍ରତୀତ ହୁଏ । ଏହି ହଳଦିଆ ରଙ୍ଗର କାରଣ ବାୟୁମଣ୍ଡଳରେ ଏମୋନିଆ ସ୍ଫଟିକ ହୋଇପାରେ ।
ଏହାର ବିଶେଷତା ହେଉଛି ଏହି ଗ୍ରହର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥାଏ । ପ୍ରାୟେ ୧୦୦ ନିୟୁତ ବର୍ଷ ମଧ୍ୟରେ ଶନି ଗ୍ରହର ବଳୟ ନଷ୍ଟ ହେବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି । ଦୀର୍ଘ ୧୦ବର୍ଷ ହେଲା ବଳୟର ଅବକ୍ଷୟ ଘଟୁଥିବା ଭଏଜର ୧ ଏବଂ ୨ ସ୍ପେସ୍କ୍ରାଫ୍ଟର ପର୍ଯ୍ୟବେକ୍ଷଣରୁ ଜାଣିବାକୁ ମିଳିଛି ।
ଆଗକୁ ପଢନ୍ତୁ :- ମୋବାଇଲରେ ସବୁବେଳେ ଇଣ୍ଟରନେଟ୍ ଅନ୍ ରଖିଲେ ହୋଇଯାଆନ୍ତୁ ସାବଧାନ !