ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡା ଓରଫ୍ ଟିତୁଙ୍କ ପତ୍ନୀ ପୂଜା ପଣ୍ଡା(୩୫)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମତଗୁଡ଼ିପଡ଼ାରେ ଏକ ବେଲ ଗଛରେ ଓଢଣୀରେ ସେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ଉକ୍ତ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ପୂଜା ପଣ୍ଡା ଗତକାଲି ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ବଜାରକୁ ଯାଇଥିଲେ । ଏହା ପରେ ରାତି ପ୍ରାୟ ଆଠଟା ସମୟରେ ବେଲ ଗଛରେ କେହି ଜଣେ ମହିଳା ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ପରେ ଉକ୍ତ ମହିଳା ଜଣକ ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ଥିବା ଜଣାପଡ଼ିଥିଲା । ତାଙ୍କ ଘର ସମ୍ମୁଖରେ ଥିବା ଏକ ବେଲ ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।
ରାତି ପ୍ରାୟ ୯ଟାରେ ସମୟରେ ଅତିରିକ୍ତ ଏସପି ରଞ୍ଜିତ ନାଏକ ଓ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ । ଅସ୍ପଷ୍ଟ ରହିଛି । ଏବେ ଘଟଣାରେ ବହୁ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିବାରୁ ଲୋକାରଣ୍ୟ ହୋଇଛି ଓ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି ।