ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିବୁ ପଟ୍ଟନାୟକଙ୍କୁ ନେଇ ଏବେ ରାଜ୍ୟଠୁ ନେଇ ଜାତୀୟ ରାଜନୀତି ସରଗରମ । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନକୁ ନେଇ ଏବେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ଦିଲୀପ ରାୟ । ସେ କହିଛନ୍ତି, ବିଜୁ ବାବୁଙ୍କ ଜୀବନ ସାହସ, ତ୍ୟାଗ, ଦୂରଦୃଷ୍ଟି, ଦେଶପ୍ରେମରେ ପରିପୂର୍ଣ୍ଣ ଥିଲା । ସେ କେବଳ ଓଡିଶାର ମହାନ ନେତା ନ ଥିଲେ ବରଂ ଭାରତରେ ପ୍ରତିଷ୍ଠା ପାଇଥିଲେ ।
ଦିଲୀପ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ, ଦେଶର ହିତ ପାଇଁ ସାହସିକ ବିମାନ ସେବା ପାଇଁ ସେ ପରିଚିତ ଥିଲେ । ସ୍ୱାଧୀନତା ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡିକରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । ଜାତୀୟ କର୍ତ୍ତବ୍ୟ ଯେଉଁଠାରେ ଆହ୍ୱାନ କରୁଥିଲା, ସେ ସେଠାରେ ଠିଆ ହେଉଥିଲେ । ସେ ସେହି ଅସାଧାରଣ ଭାରତୀୟଙ୍କ ମଧ୍ୟରୁ ଥିଲେ ଯାହାଙ୍କ ସେବା ସାର୍ବଜନୀନ ପଦବୀ ବାହାରେ ବିସ୍ତାରିତ ହୋଇଥିଲା ।
ସେ ଗର୍ବର ସହିତ ଓଡ଼ିଶା ପାଇଁ ଏବଂ ସାହସର ସହିତ ଭାରତ ପାଇଁ ଠିଆ ହୋଇଥିଲେ। ତାଙ୍କ ଜୀବନ ଦୃଢ଼ ବିଶ୍ୱାସ, କାର୍ୟ୍ୟ ଏବଂ ସେବା ଦ୍ୱାରା ପରିଭାଷିତ ହୋଇଥିଲା - କେବେ ଦ୍ୱିଧା ଦ୍ୱାରା ନୁହେଁ, କେବେ ସ୍ୱାର୍ଥ ଦ୍ୱାରା ନୁହେଁ ଜ୍ଝ ଓଡ଼ିଶାବାସୀଙ୍କ ପାଇଁ, ବିଜୁ ବାବୁ ଗର୍ବ, ଐତିହ୍ୟ, ପରିଚୟ ଏବଂ ସମ୍ମାନର ପ୍ରତିନିଧିତ୍ୱ କରନ୍ତି ଜ୍ଝ ତାଙ୍କର ଅବଦାନ ଗମ୍ଭୀରତାର ଯୋଗ୍ୟ ଜ୍ଝ ତାଙ୍କର ଐତିହ୍ୟ ସମ୍ମାନ ପାଇବା ଉଚିତ ଏବଂ ବିଜୁ ବାବୁଙ୍କୁ ସର୍ବଦା ଭାରତର ଜଣେ ଦୃଢ଼ ଜାତୀୟତାବାଦୀ ଏବଂ ଓଡ଼ିଶାର ଜଣେ ଗର୍ବିତ ପୁତ୍ର ଭାବରେ ମନେ ରଖାଯିବ ।
ସୂଚନାଯୋଗ୍ୟ, ନିଶିକାନ୍ତ ଦୁବେଙ୍କ ବିଜୁଙ୍କ ପ୍ରତି ଟିପ୍ପଣୀକୁ ପ୍ରତିବାଦ କରି ବିଜେଡିର ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସସ୍ମିତ କହିଛନ୍ତି ସସ୍ମିତ ପାତ୍ର କହିଛନ୍ତି, ନିଶିକାନ୍ତ ଦୁବେ ଏକ ସାର୍ବଜନୀନ ବିବୃତ୍ତିରେ ବିଜୁ ପଟ୍ଟନାୟକଙ୍କ ଉପରେ କିଛି ଅପମାନଜନକ, ମିଥ୍ୟା ଏବଂ ଭିତ୍ତିହୀନ ବୟାନ ଦେଇଥିଲେ।
Also Read: ବିଜୁ ବାବୁଙ୍କ ପ୍ରତି ଅପମାନ,ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର