ନୂଆଦିଲ୍ଲୀ: ଦିଲ୍ଲୀରେ ସିଜେପିର ପ୍ରଦର୍ଶନକୁ ଖୁବ ବର୍ଷିଛି ବିଜେପି । ଦଳର ଜାତୀୟ ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର ଜନ୍ତରମନ୍ତରରେ ଚାଲିଥିବା ବିକ୍ଷୋଭକୁ କଡ଼ା ସମାଲୋଚନା କରିଛନ୍ତି। ସମ୍ବିତ ସିଜେପି ଆନ୍ଦୋଳନକୁ ଫ୍ଲପ୍ ଶୋ ଏବଂ ଅରାଜକତା ଉପରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି କହିଛନ୍ତି ।
ସମ୍ବିତ କହିଛନ୍ତି ଯେ ଟିଭି ଏବଂ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀର ଚିତ୍ର ଯାହା ପ୍ରସାରିତ ହେଉଛି ତାହା ସମଗ୍ର ଦେଶର ବାସ୍ତବ ଚିତ୍ରକୁ ପ୍ରତିଫଳିତ ଆଦୌ କରେ ନାହିଁ । ଦେଶରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ସ୍ଥିତି ରହିଛି ଏବଂ ଉତ୍ତମ ଶାସନ ବ୍ୟବସ୍ଥା ଅଧୀନରେ ଦ୍ରୁତିରେ ଆଗକୁ ଅଗ୍ରସର ହେଉଛି । କିଛି ଅରାଜକ ଶକ୍ତି ଦିଲ୍ଲୀରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ। ତଥାପି, ଆଜି ଏହି ଶକ୍ତିଗୁଡ଼ିକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେମାନଙ୍କର "ଫ୍ଲପ୍ ଶୋ" (ବିଫଳ ପ୍ରୟାସ) ସମ୍ପୂର୍ଣ୍ଣ ରୂପେ ପଣ୍ଡ ହୋଇଯାଇଛି ବୋଲି ସମ୍ବିତ କହିଛନ୍ତି ।
ଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ ଜନ୍ତର ମନ୍ତର ବିକ୍ଷୋଭକୁ ଆଳ କରି ଭାରତ ଏବଂ ଏହାର ରାଜଧାନୀକୁ ବନ୍ଦୀ କରି ରଖିବାକୁ ଉଦ୍ୟମ କରାଯାଇଥିଲା। ଏହି ଷଡ଼ଯନ୍ତ୍ରର ଲକ୍ଷ୍ୟ ଥିଲା ଅଗ୍ନି ସଂଯୋଗ ଓ ହିଂସାକାଣ୍ଡ ଘଟାଇବା । କିନ୍ତୁ ଆନ୍ଦୋଳନକାରୀଙ୍କ ଯୋଜନା ସଫଳ ହୋଇପାରିଲା ନାହିଁ । ପାତ୍ର ଗୁରୁତ୍ୱାରୋପ କରି କହିଲେ ଯେ ଆଜିର ଘଟଣାବଳୀ ପ୍ରମାଣିତ କରିଛି ଯେ ଦେଶରେ 'ମବ୍ ରୁଲ୍' ବା ଅରାଜକତା ଉପରେ ଗଣତନ୍ତ୍ରର ବିଜୟ ହୋଇଛି ।
ସେହିପରି ସମ୍ବିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଦିଲ୍ଲୀରେ ଦେଇଥିବା ଏକ ବୟାନରେ ସେ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପାତ୍ର ଉଲ୍ଲେଖ କରିଥିଲେ ଯେ କିଛି ରାଜନେତା ରାଷ୍ଟ୍ରପତି ଭବନ ଗସ୍ତ କରିଥିଲେ। ରାଷ୍ଟ୍ରପତି ଭବନରୁ ବାହାରିବା ପରେ ରାହୁଲ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଜଣେ ଦକ୍ଷ ନେତାଙ୍କ ପାଇଁ ଅନୁଚିତ ଥିଲା। ଭାରତର ଇତିହାସରେ ପୂର୍ବରୁ କେବେବି ଦେଶର ରାଷ୍ଟ୍ରପତିଙ୍କୁ ରାସ୍ତାଘାଟର ବିକ୍ଷୋଭ କିମ୍ବା ଆନ୍ଦୋଳନ ମଧ୍ୟକୁ ଟାଣି ଆଣିବାର ପ୍ରୟାସ କରାଯାଇ ନଥିଲା। ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣି ସେ କହିଲେ ଯେ ଜଣେ 'ଅକ୍ଷମ ନେତା' ଠିକ୍ ସେହି କାମ କରିବାକୁ ଚେଷ୍ଟା କରିଛନ୍ତି।