ଚନ୍ଦ୍ରକୁ ରକେଟ୍ ପ୍ରେରଣ କଲେ ଯୁବକଙ୍କ ପେଟ ଭରି ଯିବ ନାହିଁ: ରାହୁଲ
Khabar Odisha:politics-odisha-rahul-gandhi-addressed-a-rally-in-latur-and-attacked-on-narendra-modi
ଲାତୁର,ଅକ୍ଟୋବର୧୩(ଖବର ଓଡ଼ିଶା):

ମହାରାଷ୍ଟ୍ରର ଲାତୁରରେ ନିର୍ବାଚନୀ ସଭାକୁ ସମ୍ଵୋଧିତ କରି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ପ୍ରଶ୍ନବାଣ ଛାଡ଼ି  କହିଛନ୍ତି ଯେ, ମୋଦୀ ଜିନପିଙ୍ଗଙ୍କୁ ଡୋକଲାମ ବିଷୟରେ ପ୍ରଶ୍ନ କଲେ ନା ନାହିଁ ? ପ୍ରଧାନମନ୍ତ୍ରୀ ‘ମେକ୍ ଇନ ଇଣ୍ଡିଆ’କୁ ‘ମେକ୍ ଇନ ଚାଇନା’ରେ ବଦଳାଇବାକୁ ଚାହୁଁଛନ୍ତି। ଏହା ସହିତ ରାହୁଲ କହିଛନ୍ତି ଯେ, ଚନ୍ଦ୍ରକୁ ରକେଟ୍ ପ୍ରେରଣ କଲେ ଯୁବକଙ୍କ ପେଟ ଭରିବ ନାହିଁ। 

ରାହୁଲ କହିଛନ୍ତି, ମୋଦୀ ସରକାର ଦେଶର ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ସାରିଛନ୍ତି। ଅନେକ ବର୍ଷ ଧରି କଂଗ୍ରେସ ଓ ମନମୋହନ ସିଂହ ଯେଉଁ କାମ କରିଥିଲେ, ତାକୁ କେନ୍ଦ୍ର ସରକାର ନଷ୍ଟ କରି ଦେଇଛି। ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କାଶ୍ମୀର ବୟାନ ଉପରେ ତାର୍ତ୍ସଲ୍ୟ କରି ରାହୁଲ କହିଛନ୍ତି, ନିର୍ବାଚନରେ ସେ କାଶ୍ମୀର ଓ ଚନ୍ଦ୍ର ବିଷୟରେ କହିବେ ମାତ୍ର ଦେଶର ମୂଳ ସମସ୍ୟା ଉପରେ ଆଲୋଚନା କରିବେ ନାହିଁ। ବେରୋଜଗାରୀକୁ ନେଇ ମୋଦୀ ସରକାର ଉପରେ ହମଲା କରି ରାହୁଲ କହିଛନ୍ତି ଚନ୍ଦ୍ରକୁ ରକେଟ୍ ପଠାଇଲେ ଯୁବକଙ୍କ ପେଟ ଭରି ଯିବ ନାହିଁ। 

କଂଗ୍ରେସର ଏହି ପୂର୍ବତନ ଅଧ୍ୟକ୍ଷମ ଋଣ ଛାଡ଼ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। କୃଷକ ଋଣ କେମିତି ପରିଶୋଧ କରିବ ସେହି ଚିନ୍ତାରେ ରାତିସାରା ଅନିଦ୍ରା ରହୁଥିବା ବେଳେ ଅନ୍ୟପଟେ ମେହୁଲ ଚୋକସୀ-ନିରବ ମୋଦୀ ଅଚିନ୍ତାରେ ଶୋଉଛନ୍ତି। ଏହା ବ୍ୟତୀତ ରାହୁଲ ଜିଏସଟି ଓ ନୋଟବନ୍ଦୀକୁ ନେଇ ମଧ୍ୟ କେନ୍ଦ୍ର ସରକାରର ସମାଲୋଚନା କରିଛନ୍ତି। 

ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ଚୀନ କମ୍ପାନୀ ହିନ୍ଦୁସ୍ତାନରେ ରହିଛି। ଯେ କୌଣସି ସାମଗ୍ରୀ କିଣ, ସେଥିରେ ମେଡ୍ ଇନ ଚାଇନା ଲେଖା ରହିଛି। ଭାରତରେ ଫ୍ୟାକ୍ଟ୍ରି ବନ୍ଦ ହେବାରେ ଲାଗିଛି ଏବଂ ଚୀନର ଯୁବକଙ୍କୁ ରୋଜଗାର ମିଳୁଛି। ସେ ଗଣମାଧ୍ୟମ ଉପରେ ବିଷୋଦଗାର  କରି କହିଛନ୍ତି ଯେ, ଆଜି ଯାଏ କୌଣସି ଗଣମାଧ୍ୟମ ବନ୍ଦ ହେଉଥିବା ଫ୍ୟାକ୍ଟ୍ରି ଉପରେ ପ୍ରଶ୍ନ କରି ନାହାନ୍ତି।

Subscribe

National International State Sports Entertainment