ନୂଆଦିଲ୍ଲୀ: ବିହାର ନିର୍ବାଚନରେ ବିପୁଳ ସଫଳତା ପରେ ଏବେ ଟ୍ରେଣ୍ଡ୍ କରୁଛି ଗାମୁଛା । ଫଳାଫଳ ଦିନ ଭଳି ଶପଥ ସମାରୋହରେ ଗାନ୍ଧୀ ମଇଦାନରେ ଉଡ଼ିଛି ଗାମୁଛା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମୀମାନେ ଉଡ଼ାଇଛନ୍ତି ଗାମୁଛା ।
ଆଜି ପାଟନାସ୍ଥିତ ଗାନ୍ଧୀ ମଇଦାନରେ ନୀତୀଶ କୁମାର ତାଙ୍କର ୨୭ ଜଣିଆ ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆରିଫ ମହମ୍ମଦ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତମାମ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶପଥ କାର୍ଯ୍ୟକ୍ରମ ସରିବା ମାତ୍ରେ ପ୍ରଧାନମନ୍ତ୍ରୀ ନିଜ ବେକରୁ ଗାମୁଛା ବାହାର କରି ଉଡ଼ାଇଥିଲେ । ସେପଟେ ତଳେ ବସିଥିବା ଲକ୍ଷାଧିକ କର୍ମକର୍ତ୍ତା ମଧ୍ୟ ଗାମୁଛା ଉଡ଼ାଇଥିଲେ ।
ନଭେମ୍ବର ୧୪, ଫଳାଫଳ ବାହାରିବା ଦିନ ଏନଡିଏ ବିଜୟ ହାସଲ କରିବା ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ଆୟୋଜନ କରାଯାଇଥିଲା । ଯେଉଁଥିରେ ମୋଦି ଯୋଗ ଦେବା ଅବସରରେ ଗାମୁଛା ଉଡ଼ାଇ ଉଡ଼ାଇ ସଭାସ୍ଥଳକୁ ଆସିଥିଲେ ।