ଭୁବନେଶ୍ୱର: ଭାରତୀୟ ନିର୍ବାଚନ ବିହାର ନିର୍ବାଚନ ତାରିଖ ଘୋଷଣା ସହିତ ଦେଶରେ ହେବାକୁ ଥିବା ୭ଟି ରାଜ୍ୟର ଉପନିର୍ବାଚନ ପାଇଁ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମେତ ଜମ୍ମୁ-କଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଞ୍ଜାବ ଏବଂ ମିଜୋରାମରେ ୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ ।
ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ୭୧ ନମ୍ବର ଆସନ ନୂଆପଡ଼ା ଖାଲି ରହିଛି । ଏଥିପାଇଁ ମତଦାନ ହେବ । ଅକ୍ଟୋବର ୧୩, ସୋମବାର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିବ । ଅକ୍ଟୋବର ୨୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିବ । । ନଭେମ୍ବର ୧୧ ଉପନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ ।
ନୂଆପଡ଼ାରେ ଭୋଟରଙ୍କ ୨ ଲକ୍ଷ ୪୮ ହଜାର ମତଦାନ କରିବେ । ମୋଟ ପୋଲିଂ ଷ୍ଟେସନ ସଂଖ୍ୟା ୩୫୮ ରହିଥିବାବେଳେ ନୂଆ ପୋଲିଂ ଷ୍ଟେସନ ସଂଖ୍ୟା ୫୬ ରହିଛି । ମତଦାତାମାନେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମ ଯୋଡ଼ି ପାରିବେ ।
ଅନ୍ୟପକ୍ଷରେ ତିନି ରାଜନୈତିକ ଦଳ ନୂଆପଡ଼ାରେ ଡେରା ପକାଇ ଦେଇଛନ୍ତି । ପ୍ରଥମେ ଏହି ଆସନ ବିଜେଡ଼ି କବଜାରେ ଥିବାବେଳେ ଏବେ ବିଜେପି ଏବଂ କଂଗ୍ରେସ ହାତେଇବାକୁ ରଣନୀତି ଆରମ୍ଭ କରିଦେଇଛନ୍ତି ।