ଭୁବନେଶ୍ୱର: ନବୀନ ପଟ୍ଟନାୟକ ବିଜେଡ଼ି ଦଳର ସଭାପତି ଭାବରେ ନୂଆପଡ଼ାରେ ପ୍ରଚାର କରିବେ । ସେ ନିର୍ବାଚନ ସରିବା ଯାଏ ସେଠାରେ ରୁହନ୍ତୁ ଏବଂ ଲମ୍ବା ସମୟ ଶାସନ ରେ ରହି କ’ଣ କ’ଣ ସବୁ ନୂଆପଡ଼ା ପାଇଁ କରିଛନ୍ତି ତାହାର ହିସାବ ଲୋକଙ୍କୁ ଦିଅନ୍ତୁ । ନବୀନଙ୍କ ନୂଆପଡ଼ା ଗସ୍ତ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।
ନୂଆପଡ଼ା ଉପନିର୍ବାଚନକୁ ଆଉ ହାତରେ ମାତ୍ର କେଇଟା ଦିନ ବାକି ରହିଛି । ଏହା ପୂର୍ବରୁ ସମସ୍ତ ଦଳ ପ୍ରାଣ ମୂର୍ଚ୍ଛା ପ୍ରଚାର କରୁଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିବେ । ଏହାକୁ ନେଇ ପ୍ରତିକ୍ରିୟା ବିଜେପି ସଭାପତି । ସେ କହିଛନ୍ତି ଯେ ସମସ୍ତେ ପ୍ରଚାର କରିବେ । ବିଜେଡ଼ି ଦଳର ସଭାପତି ଭାବେ ସେ ପ୍ରଚାରରେ ଯାଇଛନ୍ତି । ନିର୍ବାଚନ ସରିବା ପର୍ଯ୍ୟନ୍ତ ସେଠି ରହି ପ୍ରଚାର କରନ୍ତୁ । ଲମ୍ବା ସମୟ ଶାସନ ରେ ରହି କ’ଣ କ’ଣ ସବୁ ନୂଆପଡ଼ା ପାଇଁ କରିଛନ୍ତି ତାହାର ହିସାବ ଲୋକଙ୍କୁ ଦିଅନ୍ତୁ । କ୍ଷମତାରେ ଥିବା ବେଳେ ନୂଆପଡ଼ାର ଯେଉଁ ଯେଉଁ ଅଞ୍ଚଳ ଯାଇ ପାରି ନାହାନ୍ତି ସେ ଅଞ୍ଚଳକୁ ଯାଇ ବୁଲି ଦେଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମନମୋହନ ।
ସେହିପରି ନବୀନଙ୍କ ଲୋକପ୍ରିୟତା ବଢିଛି କି କମିଛି ୨୪ ନିର୍ବାଚନରେ ଲୋକେ ତାର ଜବାବ ଦେଇ ସାରିଛନ୍ତି । ଲୋକପ୍ରିୟତା ଯଦି ଥିଲା ଲୋକେ ପ୍ରତ୍ୟାଖ୍ୟାନ କାହିଁକି କଲେ । ଆମେ ଆଦର୍ଶ ବାଦ ଲଢେଇରେ ବିଶ୍ୱାସ କରୁ ବ୍ୟକ୍ତିଗତ ଲଢେଇରେ ନୁହେଁ ବୋଲି କହିଛନ୍ତି ବିଜେପି ସଭାପତି ।
ଅଧିକ ପଢ଼ନ୍ତୁ- ଶ୍ରୀମୟୀଙ୍କ ନୂଆ ଉପାଖ୍ୟାନ, ଟାର୍ଗେଟରେ ସୁଜାତା:, ଟାଇାଟିନକକୁ ବୁଡ଼ାଇବାକୁ ବିଶ୍ୱସ୍ତରୀୟ ଯୋଜନା