ବଦଳିବ ଗୁରୁରାଟ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାନୀ
Khabar Odisha:Vijay-Rupani-Resigns

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ରମନ୍ତ୍ରୀ ବିଜୟ ରୂପାନୀ । ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବା ନିଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜୟ ରୂପାନୀ ।

ଗତ ୫ ବର୍ଷ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି ବିଜୟ ରୂପାନୀ । ୨୦୧୭ ଠାରୁ ୨୦୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ବିଜୟ ରୂପାନୀ । ଆଜି ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଅନ୍ୟପଟେ ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ ପୂର୍ବରୁ ନିଜ ପଦ ଛାଡିଛନ୍ତି ରୂପାନୀ । ୨୦୨୨ରେ ଗୁଜୁରାଟ ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ବିଜେପି ପକ୍ଷରୁ ଇଏ ଏକ ସ୍ୱତନ୍ତ୍ର ରଣନୀତି ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି ।

ଅନ୍ୟପଟେ ଇସ୍ତଫା ଦେବା ପରେ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ ଜାରି ରଖିବେ ବୋଲି ବିଜୟ ରୂପାନୀ କହିଛନ୍ତି । ଏହାସହିତ ଆଗକୁ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାହା ନିଷ୍ଠାର ସହ ନିର୍ବାହ କରିବେ ବୋଲି ମତ ରଖିଛନ୍ତି ।

ତେବେ ବିଜୟ ରୂପାନୀଙ୍କ ପରେ କିଏ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ଗୁଜୁରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଦଳ ନିଷ୍ପତି ନେବ ବୋଲି ବିଜୟ ରୂପାନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିବା ବେଳେ ଆଗକୁ ଗୁଜୁରାଟର ନେତୃତ୍ୱ କାହା ହାତକୁ ଯିବ ତାହା ଉପରେ ସମସ୍ତଙ୍କ ନଜର ।

  • Tags:

Subscribe

National International State Sports Entertainment