ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିନିଦିନ ଓଡିଶା ଗ୍ରସ୍ଥରେ ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୋରୁ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ ବିତାଇବା ସହ ମଙ୍ଗଳ ଆଳତି ଦର୍ଶନ ଓ ମହାପ୍ରଭୁଙ୍କ ଆଶୀଷ ଲାଭ କରିଛନ୍ତି। ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ କରି ସେ ଧନ୍ୟ ମନେ କରିଥିବା କହିଛନ୍ତି। ପରେ ଶ୍ରୀମନ୍ଦିର ନିକଟରେ ଥିବା ମା ଦକ୍ଷୀଣକାଳୀଙ୍କ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ସହ ବିଭିନ୍ନ ଐତିହ୍ୟ ଓ ଧର୍ମୀୟ ପୀଠ ଗୁଡିକର ପୁନରୁଦ୍ଧାର ଓ ମରାମତି ଠିକ୍ ଭାବରେ କରାଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।
ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବରେ ଏ ଦିଗରେ କାର୍ଯ୍ୟ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିପରି ଏଏସଆଇର ଶ୍ରୀମନ୍ଦିରର ମରାମତି କାର୍ଯ୍ୟକୁ ସନ୍ତୋଷଜନକ କହିବା ସହ ନାଟମଣ୍ଡପର ମରାମତି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ଓ ଏଏସଆଇ ଏହି କାର୍ଯ୍ୟକୁ ସୂଚାରୁ ସମ୍ପର୍ଣ୍ନ କରିବା ସହ ଏଏସଆଇର କାର୍ଯ୍ୟଦକ୍ଷତାକୁ ସେ ପ୍ରଶଂସା କରିଛନ୍ତି। ଏହାସହ ରତ୍ନଭଣ୍ଡାର ଯଥାଶୀଘ୍ର ଖୋଲାଯାଉ ବୋଲି ଶ୍ରୀଯୁକ୍ତ ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି।
ଏହାସହ ଦୁଇଟି ଭାଷାରେ ଅନୁବାଦ ହୋଇଥିବା ଲକ୍ଷ୍ମୀପୁରାଣର ଲୋକାର୍ପଣ କରିବା ସହ ଦୁର୍ଗାଦାସପୁରରେ ଏକ ଡାକଘର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ପରେ ଢେଙ୍କାନାଳ ଫେରି ସପ୍ତଶଯ୍ୟା ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ଆସନ୍ତାକାଲି ପୂର୍ବାହ୍ନରେ ଶଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଶହେ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ :ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ