ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ ।
ସୂଚନା ଅନୁସାରେ , ଗତ କିଛି ବର୍ଷ ହେବ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଏଥିପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଛାତ୍ରଛାତ୍ରୀ । ଆଉ ଗତକାଲି ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସରିଛି । ତେବେ ନିର୍ବାଚନ ବନ୍ଦ ରହିବା କାରଣରୁ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ ହେଉଥିବାର ଦର୍ଶାଯାଇଥିଲା । ଏହି ମାମଲାରେ ହାଇକୋର୍ଟ ସବୁ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲା । ଏବଂ ଜବାବ ଦାଖଲ କରିବାକୁ ମଧ୍ୟ କହିଥିଲା । ଏବିଭିପି ରାଜ୍ୟ ସଂପାଦକ ଅରିଜିତ ପଟ୍ଟନାୟକ ଓ ଚଣ୍ଡିପ୍ରସାଦ ସୁଆରଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀ ଆସନ୍ତା ଏକ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀ ଦର୍ଶାଇଛନ୍ତି ଯେ , ୨୦୧୯ ମସିହା ରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଯାଇଛି । ୨୦୨୩-୨୪ ମସିହା ଶିକ୍ଷା ବର୍ଷରେ ଛାତ୍ରସଂସଦ ନିର୍ବାଚନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରାଯାଇଛି । ସେହିଭଳି ସମ୍ବିଧାନର ଧାରା ୧୯ ଓ ୨୧କୁ ଏହା ଉଲଂଘନ କରୁଛି । ଓ ଏହା ମଧ୍ୟ ଲିଙ୍ଗଡୋ କମିଟି ଅନୁମୋଦନର ବିରୁଦ୍ଧାଚରଣ କରୁଛି । ଲିଙ୍ଗଡୋ କମିଟି ଅନୁମୋଦନ ଅନୁସାରେ ରାଜ୍ୟର ବିଶ୍ବବିଦ୍ୟାଳୟ ଓ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ୨୦୧୯ ମସିହା ପର୍ଯ୍ୟନ୍ତ ଅନୁଷ୍ଠିତହେଉଥିଲା ।
୨୦୧୯ ମସିହା ରେଲିଙ୍ଗଡୋ କମିଟି ଅନୁମୋଦନକୁ ଉଲଂଘନ କରି ସରକାର ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖୁଥିଲେ । ଏହି ମାମଲାରେ ମୁଖ୍ୟ ସଚିବ, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଗଣଶିକ୍ଷା ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଏହି ମାମଲା ପରିଚାଳନା କରୁଛନ୍ତି ।
ଆଗକୁ ପଢନ୍ତୁ :- ପୁଣି ଚର୍ଚ୍ଚାରେ ଗୋଲ୍ଡେନ ବାବା