ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଇଛନ୍ତି ପ୍ରଫୁଲ୍ଲ ଘଡ଼େଇ । ଏହାରି ଭିତରେ ପ୍ରଫୁଲ୍ଲ ଘଡ଼େଇ ବିଜେଡିକୁ ଟାର୍ଗେଟ କରି ମତ ରଖିଛନ୍ତି । ପ୍ରଫୁଲ୍ଲ କହିଛନ୍ତି ଯେ ହାରିବା ପରେ ବିଜେଡିରେ ଏକତା ନାହିଁ । ସମସ୍ତଙ୍କୁ ସାଙ୍ଗରେ ନେଇ ନବୀନ ପଟ୍ଟନାୟକଙ୍କୁ ଚାଲିବାକୁ ପଡ଼ିବ । ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ ଆଉ ଦଳରେ ନାହାନ୍ତି । ଦଳର ସମସ୍ତ ନେତା ଏକଜୁଟ ହୋଇ ଦଳକୁ ସଶକ୍ତ କରନ୍ତୁ । ରାଜ୍ୟର ଗଠନମୂଳକ ବିକାଶ ପାଇଁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଆବଶ୍ୟକ । ନବୀନ ନିଜର ଭୂମିକା ନିର୍ବାହ କଲେ ସବୁ ଜିନିଷ ଠିକ ହୋଇପାରିବ ବୋଲି ପ୍ରଫୁଲ୍ଲ ମନ୍ତ୍ର ଦେଇଛନ୍ତି ।
ଅନ୍ୟପଟେ ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ ପଟ୍ଟନାୟକ ସାମିଲ ଦେଇ ବଡ଼ ବୟାନ ଦେଇଛନ୍ତି । ବିଜୁ ଜନତା ଦଳ ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସେ କହିଛନ୍ତି । କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ଓ ରହିବ। ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ ବିଜେଡି ଓଡ଼ିଶାବାସୀଙ୍କ ଭାବାବେଗ ଓ ଗର୍ବ ଏବଂ ବିଜୁବାବୁଙ୍କ ଆଦର୍ଶରେ ବିଜେଡିଓଡ଼ିଶାବାସୀଙ୍କ ସେବା କରିବ ବୋଲି ନବୀନ କହିଛନ୍ତି ।