ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିହାର ନିର୍ବାଚନ ୨୦୨୫କୁ ନେଇ ବଡ ଘୋଷଣା କରିଛନ୍ତି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ କହିଛନ୍ତି, ଆଜିର ସାମ୍ବାଦିକ ସମ୍ମିଳନୀ ବିଶେଷ ରହିଛି । ନିର୍ବାଚନର ଶଙ୍ଖନାଦ ହୋଇ ସାରିଛି ।
ତେଜସ୍ୱୀ କହିଛନ୍ତି, ଆଜି ଏହି ଲୋକ ବେରୋଜଗାରୀ ଭତ୍ତା ଦେବା କଥା କହୁଛନ୍ତି କିନ୍ତୁ ଚାକିରି ଦେବା କଥା କହୁ ନାହାନ୍ତି । ଏବେ ବିହାରରେ ପରିବର୍ତ୍ତନ ହେବ, ନବଜାଗରଣ ହେବ । ଆଜି ଆମେ ଆପଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଘୋଷଣା କରିବାକୁ ଯାଉଛୁ । ଏହା ଆମର ପ୍ରଥମ ଘୋଷଣା । ଏହା ପରେ ଆମେ ଆପଣଙ୍କ ସାମ୍ନାରେ ନିଜର ଭିଜନ ରଖିବୁ ।
ସେ କହିଛନ୍ତି, ବିହାରରେ ଯେଉଁ ପରିବାରରେ ସରକାରୀ ଚାକିରି ନାହିଁ, ସେହି ପ୍ରତ୍ୟେକ ପରିବାକୁ ଚାକିରି ଦେବୁ । ଏଥିପାଇଁ ଆମେ ସରକାରକୁ ଆସିବାର ୨୦ ଦିନ ଭିତରେ ଏମିତି ଅଧିନିୟମ ଆଣିବୁ । ଏବେ ଆମକୁ ପଚରା ଯିବ ଯେ, ଏହା କେମିତି କରିବେ । ଏହାର ଉତ୍ତର ହେଉଛି ଏହାକୁ ସାଇଣ୍ଟିଫିକ ପ୍ରକ୍ରିୟାରେ କରାଯିବ ଏବଂ ଆମର ସମସ୍ତ ତଥ୍ୟ ରହିବ ।
ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ତାଙ୍କ ଘୋଷଣାଗୁଡ଼ିକୁ ନକଲ କରୁଛି। ଆମେ ୧୭ ମାସରେ କରିଥିବା କାମରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଇଥିଲା। ଆଜି ଏହି ଲୋକମାନେ ଚାକିରି ଯୋଗାଇବା ନୁହେଁ, ବେକାରୀ ଭତ୍ତା ବିଷୟରେ କହୁଛନ୍ତି।
ସେ କହିଛନ୍ତି, "ଆମେ ଖାଲି ପ୍ରତିଶ୍ରୁତି ଦେଉନାହୁଁ। ଆମର ଏକ ଦୁଃଖ ଅଛି। ଆମେ ଆମର ୧୭ ମାସର ସରକାର ସମୟରେ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଥିଲୁ, କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ନୁହେଁ । ଆମେ ସାମାଜିକ ନ୍ୟାୟ ସହିତ ଆର୍ଥିକ ନ୍ୟାୟ କାର୍ଯ୍ୟକାରୀ କରିବୁ। ତେଜସ୍ୱୀ ଯାହା କହେ ତାହା କରି ଦେଖାଇବ ।
Also read: ଦାଉଦ ଆତଙ୍କ: କ୍ରିକେଟର ରିଙ୍କୁ ସିଂହଙ୍କୁ ଧମକ