ମୁମ୍ବାଇ: ପୁଣି ଭାରତରେ ଫେରିଛି ଦାଉଦ ଇବ୍ରାହିମ ଗ୍ୟାଙ୍ଗ୍ । ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦିଆଯାଉଛି ଧମକ । ଭାରତୀୟ କ୍ରିକେଟର୍ ରିଙ୍କୁ ସିଂହଙ୍କୁ ମଧ୍ୟ ତିନୋଟି ଧମକପୂର୍ଣ୍ଣ କଲ୍ ଆସିଛି । ୫ କୋଟି ଟଙ୍କା ଦେବାକୁ ଦାବି ହୋଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଦାୟିତ୍ୱ ନେଇଛି । ଫେବୃଆରୀ ଏବଂ ଅପ୍ରେଲରେ ଏହି ମେସେଜ୍ ଆସିଥିବା ମୁମ୍ବାଇ ପୋଲିସ ସ୍ପଷ୍ଟ କରିଛି ।
ରିଙ୍କୁ ସିଂହଙ୍କୁ ଡି-କମ୍ପାନୀଠାରୁ ୫ କୋଟି ପାଇଁ ଦାବି କରାଯାଇଛି । ଏହି ଧମକ ଅନ୍ୟ କେହି ନୁହେଁ ବରଂ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ ଡି-କମ୍ପାନୀ ଦ୍ୱାରା ଦିଆଯାଇଥିଲା ବୋଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ରିଙ୍କୁ ସିଂହଙ୍କୁ ଚଳିତ ବର୍ଷ ତିନୋଟି ଧମକ ମିଳିଛି । ତାଙ୍କ ପ୍ରମୋସନାଲ୍ ଦଳକୁ ତିନୋଟି ଧମକ ମିଳିଛି । ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି, ଯେଉଁମାନେ ଧମକ ସ୍ୱୀକାର କରିଛନ୍ତି । ପୋଲିସ ମହମ୍ମଦ ଦିଲଶାଦ ଏବଂ ମହମ୍ମଦ ନାଭିଦ ନାମକ ଅଭିଯୁକ୍ତଙ୍କୁ ୱେଷ୍ଟଇଣ୍ଡିଜରୁ ଗିରଫ କରିଛି ।
ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ସ୍ୱର୍ଗତ ବାବା ସିଦ୍ଦିକଙ୍କ ହତ୍ୟା ପରେ ତାଙ୍କ ପୁଅ ଜୀଶାନ ସିଦ୍ଦିକଙ୍କୁ ମଧ୍ୟ ଧମକ ଦେଇ ୧୦ କୋଟି ଟଙ୍କା ଦାବି କରିଥିଲେ । ଇଣ୍ଟରପୋଲ ପୂର୍ବରୁ ତ୍ରିନିଦାଦ ଏବଂ ଟୋବାଗୋରୁ ଅଭିଯୁକ୍ତ ମହମ୍ମଦ ଦିଲଶାଦ ଏବଂ ମହମ୍ମଦ ନାଭିଦଙ୍କୁ ଗିରଫ କରିବାରେ ସାହାଯ୍ୟ କରିଥିଲା। କ୍ରାଇମବ୍ରାଞ୍ଚର ଜେରା ବେଳେ କିକ୍ରେଟର ରିଙ୍କୁ ସିଂଙ୍କୁ ମଧ୍ୟ ଧମକ ଦିଆଯାଇଥିବା ସ୍ୱୀକାର କରିଛନ୍ତି ।