ଭୁବନେଶ୍ବର: ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଆକ୍ଷେପ କରିଛନ୍ତି । ଦୁଇ ଦିନ ତଳେ ହୋଇଥିବା ବିଜେଡିନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ ମିଶ୍ର । ଶ୍ରୀ ମୟୀ କଟାକ୍ଷ କରି ବ୍ୟଙ୍ଗ କବିତା ଲେଖିଛନ୍ତି ଯେ, କିଏ କାହା ଟିମ୍ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା । ବିଜେଡି ମୁଖିଆ କାହାକୁ ଗୁରୁତ୍ଵ ଦେଉନାହାନ୍ତି ବୋଲି କହିଛନ୍ତି । କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ । ବଣ ଭୋଜି ଖାଇ କିଛି ଆଶ୍ବସ୍ତ, ଅଧିକାର ସାବ୍ୟସ୍ତ ପାଇଁ ଟଣାଓଟରା । କାହା ଟିମ୍ରେ କିଏ ଦେବ ଧରା, କିଏ ଅନୁଗତ ହେବାର ନାଟକ କଲା । ବିଜେଡିର ଉତ୍ତରାଧିକାରୀ ନେଇ ମୁଖିଆ ସବୁଜ ସଙ୍କେତ ଦେଲେନି ବୋଲି ଶ୍ରୀମୟୀ କଟାକ୍ଷ କରିଛନ୍ତି ।
ସୂଚନା ଥାଉ କି ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ଯ ଅନେକ ଥର ବିଜେଡିକୁ ଟାର୍ଗେଟ କରି ଶ୍ରୀମୟୀ ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି।