ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଏବଂ ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି। ନିକଟରେ ସେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ମଧ୍ୟ ତାଙ୍କ ଅଭିଯୋଗର ସମାଧାନ ହୋଇନଥିଲା। ମିଳିଥିବା ସୂଚନା ଅନୁଯାୟୀ, ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଏବେ ଥରୁରଙ୍କ ପ୍ରତି କୌଣସି ଉଦାସୀନତା ପ୍ରଦର୍ଶନ କରିବା ମୁଡ୍ରେ ନାହିଁ।
ଥରୁର ରାହୁଲ ଗାନ୍ଧୀଙ୍କ ଠାରୁ ତାଙ୍କ ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଥିଲେ। ଦଳରେ ତାଙ୍କୁ ବାଦ୍ ଦିଆଯାଉଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ, କିନ୍ତୁ ଏହି ବୈଠକରେ ରାହୁଲ ଗାନ୍ଧୀ କୌଣସି ଠୋସ୍ ପ୍ରତିଶ୍ରୁତି ଦେଇନଥିଲେ, ଯାହା ଥରୁରଙ୍କୁ ଆହୁରି ଅସନ୍ତୁଷ୍ଟ କରିଥିଲା।
ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଥରୁରଙ୍କ ମତ ଦଳର ସରକାରୀ ଧାରଣାଠାରୁ ଭିନ୍ନ ଥିଲା। ଏହାବ୍ୟତୀତ କେରଳର ଏଲଡିଏଫ ସରକାରଙ୍କ ଶିଳ୍ପ ନୀତିକୁ ପ୍ରଶଂସା କରି ତାଙ୍କ ଲେଖା ମଧ୍ୟ କେରଳ କଂଗ୍ରେସ ରେ ଅସନ୍ତୋଷ ବଢାଇଦେଇଛି।
ସଂସଦରେ ପ୍ରମୁଖ ପ୍ରସଙ୍ଗରେ କହିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉ ନ ଥିବାରୁ ଥରୁର ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ଦଳୀୟ ନେତୃତ୍ୱ ନେବାର ସାମର୍ଥ୍ୟ ତାଙ୍କ ପାଖରେ ଅଛି, କିନ୍ତୁ ସେହି ଦାୟିତ୍ୱ ତାଙ୍କୁ ଦିଆଯାଉନାହିଁ ବୋଲି ସେ ରାହୁଲ ଗାନ୍ଧରଙ୍କୁ କହିଥିଲେ।
ଅଧିକ ପଢ଼ନ୍ତୁ: ହୋଲି ପୂର୍ବରୁ ୧୦ କୋଟି କୃଷକଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ