ବିବାଦୀୟ ବୟାନ ଦେଉଥିବା ନେତାଙ୍କୁ ଦେଲେ ଉପଦେଶ, ନୂତନ ସାଂସଦଙ୍କୁ ମୋଦୀଙ୍କ ଶିକ୍ଷା- ଅହଙ୍କାରଠୁ ଦୂରେଇ ରୁହନ୍ତୁ
Khabar Odisha:Politics-odisha-narendra-modi-warns-motor-mouth-leaders-and-aspirants-of-minister-post
ନୂଆଦିଲ୍ଲୀ,ମେ୨୫(ଖବର ଓଡ଼ିଶା):

ବିଜେପି ତଥା ଏନଡିଏର ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦୀ ନିଜର ସମ୍ବୋଧନରେ ବିବାଦୀୟ ବୟାନ ଦେଉଥିବା ନେତାଙ୍କୁ ସ୍ପଷ୍ଟ ଶବ୍ଦରେ ଉପଦେଶ ଦେଇ ଦେଖାଇ ହେବାକୁ ବର୍ତ୍ତିବାକୁ କହିଛନ୍ତି। ଏହା ବ୍ୟତୀତ ସେ ମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ନେତାଙ୍କୁ ମଧ୍ୟ ଉପଦେଶ ଦେଇଛନ୍ତି ଯେ, ମିଡିଆରେ ଚାଲିଥିବା ଆଲୋଚନା ଉପରେ ଧ୍ୟାନ ଦିଅନ୍ତୁ ନାହିଁ।  ମନ୍ତ୍ରୀ ପଦର ଦାୟିତ୍ଵ କମ ଲୋକଙ୍କୁ ଦିଆଯାଇ ପାରିବ। ସେ ନେତାଙ୍କୁ ଅହଙ୍କାରରୁ ଦୂରରେ ରହିବାକୁ ମଧ୍ୟ ଶିକ୍ଷା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ରୂପେ ନିଜର ଦ୍ଵିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ନରେନ୍ଦ୍ର ମୋଦୀ ମୋଟର ମାଉଥ ନେତାଙ୍କୁ କଡା ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି କେବେ କେବେ ଗତ ୫ ବର୍ଷର କାର୍ଯ୍ୟକାଳକୁ ଦେଖିବା, ତେବେ ଏଥିପାଇଁ ଆମେ ଅନ୍ୟ କାହାକୁ ଦୋଷ ଦେବାର ଆବଶ୍ୟକତା ନାହିଁ। ମାତ୍ର ଛୋଟ ଭୁଲଟିଏ ବହୁତ ବଡ଼ ତପସ୍ୟାକୁ, ବଡ଼ ବଡ଼ ପୁରୁଷାର୍ଥଙ୍କୁ ମଧ୍ୟ ନିମ୍ନଗାମୀ କରାଇଦିଏ। ଗତ କାର୍ଯ୍ୟକାଳରେ  ଆମେ ଚର୍ଚ୍ଚାରେ ଏଥିପାଇଁ ନାହୁଁ କାରଣ ଆମେ କିଛି ଭୁଲ କରିନାହୁଁ, କୌଣସି  ଭ୍ରଷ୍ଟାଚାର ବି କରିନୁ। ମାତ୍ର ଆମ ବିରୋଧରେ ଆଲୋଚନା ପାଇଁ ମସଲା କେହି ନୁହେଁ ଆମର ନେତା ହିଁ ଦେଇଛନ୍ତି। ଯେଉଁମାନେ ସର୍ବଦା ବିବାଦୀୟ ବୟାନ ଦେଇଛନ୍ତି। 

ଅହଙ୍କାରରୁ ଦୂରେଇ ରୁହନ୍ତୁ

ମୋଦୀ ନବ ନିର୍ବାଚିତ ନେତାଙ୍କୁ କେବେ ବି ଜନତା ଓ ପାର୍ଟିଠୁ କେବେ ବି ନିଜକୁ ଉର୍ଦ୍ଧ୍ଵରେ ନଭାବିବାକୁ ଉପଦେଶ ଦେଇଛନ୍ତି।  ସେ କହିଛନ୍ତି ଯେ, ଆମ ଭିତର କାମ ଜୀବନ୍ତ ରହିବା ଉଚିତ୍। କାହାରି ମନରେ ଟିକେ ବି ଅହଙ୍କାର ହେବା ଉଚିତ୍ ନୁହେଁ। ଅହଙ୍କାରଠୁ ଯେତେ ନିଜକୁ ଦୂରେଇ ରଖିବା ସେତିକି ଭଲ। କେବେ କେବେ ଯଦି ଆମେ ଗୋଷ୍ଠୀ ସମୂହ ଥାଆନ୍ତି ତେବେ କୁହନ୍ତି ପାର୍ଟି ଜିତେଇ ଦେଲା ମାତ୍ର ପରେ ମନରେ ଅହଙ୍କାର ଆସିଥାଏ ଏବଂ କୁହନ୍ତି ଯେ ଆମେ ଏତେ ପରିଶ୍ରମ କଲୁ ତେଣୁ ବିଜୟୀ ହେଲୁ। 

Subscribe

National International State Sports Entertainment