ଏକଜିଟ୍ ପୋଲ ପରେ ଚିନ୍ତାରେ ବିରୋଧୀ, ପାଓ୍ଵାର-ନାଇଡୁ ସକ୍ରିୟ, ମାୟା-ଅଖିଳେଶ ଭେଟ
Khabar Odisha:Politics-odisha-lok-sabha-chunav-2019-opposition-planning-for-new-government
ନୂଆଦିଲ୍ଲୀ,ମେ୨୦(ଖବର ଓଡ଼ିଶା):

ଏକଜିଟ୍ ପୋଲରେ ବିଜେପି ନେତୃତ୍ଵାଧୀନ ଏନଡିଏ ପୁନର୍ବାର ସରକାର ଗଠନ କରୁଥିବା ସଙ୍କେତ ମିଳିବା ପରେ ଏବେ ଚିନ୍ତାରେ ବିରୋଧୀ ଦଳ। ଏକଜିଟ୍ ପରେ ବିରୋଧୀ ଗୋଷ୍ଠୀ ଚଳଚଞ୍ଚଳ ହୋଇ ଉଠିଛି। ବିରୋଧୀ ଆଶା କରୁଛନ୍ତି ଯେ ମେ ୨୩ରେ ନିର୍ବାଚନର ଫଳାଫଳ କିଛି ଭିନ୍ନ ରହିବ। ଏହାକୁ ଦୃଷ୍ଟିରେ ରଖି ବିରୋଧୀ ରଣନୀତି ପ୍ରସ୍ତୁତ କରିବାରେ ଜୁଟି ଯାଇଛନ୍ତି। ଯଦି ଏନଡିଏକୁ ସଂଖ୍ୟା ଗରିଷ୍ଠତା ନମିଳେ ତେବେ ୟୁପିଏ ସମେତ ତୃତୀୟ ମୋର୍ଚ୍ଚାର ସମ୍ଭାବନା ଉପରେ ବିଚାର କରାଯାଉଛି।

ଏକ ଘଣ୍ଟା ଧରି ମାୟା-ଅଖିଳେଶଙ୍କ ଆଲୋଚନା

ସୋମବାର ସକାଳେ ଅଖିଳେଶ ଯାଦବ ନିର୍ବାଚନରେ ନିଜର ସହଯୋଗୀ ବିଏସପି ପ୍ରମୁଖ ମାୟାବତୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି। ଏକଜିଟ୍ ପୋଲ ମୁତାବକ ୟୁପିରେ ଏସପି-ବିଏସପି ମହାମେଣ୍ଟକୁ ବିଜେପିଠାରୁ ବଡ଼ କ୍ଷତି ହେଉନଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି। ଏହା ବ୍ୟତୀତ  ଏନସିପି ମୁଖ୍ୟ ଶରଦ ପାଓ୍ଵାର ମଧ୍ୟ ବିରୋଧୀ ନେତାଙ୍କୁ ଏକଜୁଟ୍ କରିବାକୁ ସକ୍ରିୟ ହୋଇ ଉଠିଛି। କଂଗ୍ରେସ ମଧ୍ୟ ପରିଣାମ ପରେ ସ୍ଥିତି ଉପରେ ମନ୍ଥନ କରିବାକୁ ଜୁଟି ଯାଇଛି। 

ପାଓ୍ଵାର-ନାଇଡୁ ସକ୍ରିୟ

ଏକଜିଟ୍ ପୋଲ ପରେ  ଶରଦ ପାଓ୍ଵାର ଆଞ୍ଚଳିକ ଦଳର ନେତାଙ୍କ ସହ ଯୋଗାଯୋଗ କରୁଛନ୍ତି। କୁହାଯାଉଛି ଯେ ଯଦି ମେ ୨୩ରେ ପ୍ରକୃତ ଫଳାଫଳ ଭିନ୍ନ ଆସେ ତେବେ ବିଜେପିକୁ ସରକାର ଗଠନରୁ ଦୂରେଇ ରଖିବା ପାଇଁ ବିରୋଧୀ ଦଳ ମେଣ୍ଟ ସରକାର ଗଠନ ପାଇଁ ରଣନୀତି ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି। ନାଇଡୁ ମମତାଙ୍କୁ ଆଜି ୪ଟାରେ ସାକ୍ଷାତ କରିବେ। 

ନବୀନ ଓ ଜଗମୋହନଙ୍କ ସଂପର୍କରେ ପାଓ୍ଵାର

ଖବର ମୁତାବକ ଏନସିପି ମୁଖ୍ୟ ଶରଦ ପାଓ୍ଵାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ଅଛନ୍ତି। ଅନ୍ୟ ପଟେ ପଟ୍ଟନାୟକ ଏ ପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ବିଜେପି ପୂର୍ବରୁ ମଧ୍ୟ ନବୀନଙ୍କ ପ୍ରତି ନରମମନୋଭାବ ପୋଷଣ କରି ସାରିଛି। ଏମିତିରେ ପାଓ୍ଵାର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବା ଖବର ସସପେନ୍ସ ବଢାଇ ଦେଇଛି। ଏହା ସହିତ ପାଓ୍ଵାର ଓ୍ଵାଇଏସଆର ନେତା ଜଗନମୋହନ ରେଡ୍ଡୀଙ୍କ ସଂପର୍କରେ ମଧ୍ୟ ଅଛନ୍ତି। ଜଗନ ଓ ପଟ୍ଟନାୟକଙ୍କ ଆଭିମୁଖ୍ୟ ବିଜେପି ପାଇଁ ନରମ ରହିଛି।

Subscribe

National International State Sports Entertainment