ନୂଆଦିଲ୍ଲୀ, ଏପ୍ରିଲ ୧୯ (ଖବର ଓଡ଼ିଶା): ପିପୁଲ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ଏବଂ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୋମବାର ସନ୍ଧ୍ୟାରେ ଭେଟିଛନ୍ତି । ସେ ସୋନିଆ ଗାନ୍ଧୀଙ୍କ ସହିତ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲେ । କିନ୍ତୁ କ’ଣ କଥା ହେଲେ ସେ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ । ମାତ୍ର ଅନୁମାନ କରାଯାଉଛି ଯେ, ରାଜନୈତିକ ପରିସ୍ଥିତିକୁ ଆଧାର କରି ସୋନିଆ ଓ ମୁଫ୍ତିଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତରୁ ମିଳିଥିବା ସୂଚନାରେ ଉଭୟ ସୋନିଆ ଓ ମୁଫତିଙ୍କ ସାକ୍ଷାତ ବ୍ୟକ୍ତିଗତ ଥିଲା । ଜମ୍ମୁ କଶ୍ମୀରରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବ । ତେଣୁ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ପିଡିପି ମେଣ୍ଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।