ବିହାରରେ ମେଣ୍ଟ ସରକାରରେ ସୋନିଆ ଗାନ୍ଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି: କଂଗ୍ରେସ ବିଧାୟକ
Khabar Odisha:Politics-Bihar-government-cabinet-expansion-congress-MLA-wants-ministers-berth

ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): ବିହାରରେ ମହାମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ଜୀତନ ରାମ ମାଂଝୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ହେଉଥିବା ବିଳମ୍ବକୁ ନେଇ ଅସନ୍ତୁଷ୍ଟ ଦେଖାଯାଉଛନ୍ତି । ଅନ୍ୟପଟରେ କଂଗ୍ରେସ ମନ୍ତ୍ରୀ ପଦ ପାଇବା ପାଇଁ ବ୍ୟାକୁଳ ହୋଇପଡ଼ିଛି । କଂଗ୍ରେସର ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଠାରୁ ପଦବି ପାଇବା ପାଇଁ ସୋନିଆ ଗାନ୍ଧୀଙ୍କର ହସ୍ତକ୍ଷେପ ଚାହୁଁଛନ୍ତି । କଂଗ୍ରେସ ବିଧାୟକଙ୍କ କହିବା ଅନୁସାରେ ଏଥର ବିହାର ମହାମେଣ୍ଟ ସରକାର ଗଢ଼ିବାରେ ମ୍ୟାଡମ ସୋନିଆ ଗାନ୍ଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । 

କଂଗ୍ରେସ ନେତାଙ୍କ କହିବା ଅନୁସାରେ ସୋନିଆ ଗାନ୍ଧୀ ମଧ୍ୟସ୍ଥତା କରି ସରକାର ଗଢ଼ିଛନ୍ତି । ମନ୍ତ୍ରୀପଦକୁ ନେଇ ଚାଲିଥିବା ଟଣାଓଟରା ମଧ୍ୟରେ ଜାତୀୟ ଗଣମାଧ୍ୟମରେ ଏହି ଭଳି ଖବର ଆସିଛି । ସୋନିଆ ଗାନ୍ଧୀଙ୍କ ଭୂମିକାକୁ ନେଇ ପୂର୍ବରୁ ମଧ୍ୟ ଅନୁମାନ କରାଯାଉଥିଲା । କିନ୍ତୁ ଏବେ ଏହାରି ଉପରେ କଂଗ୍ରେସ ବିଧାୟକ ପ୍ରତିମା ଦାସ ମୋହର ଲଗାଇଦେଇଛନ୍ତି । ପ୍ରତିମା ଦାସ କହିଛନ୍ତି ଯେ, ମ୍ୟାଡମ ସୋନିଆ ଗାନ୍ଧୀ ମହାମେଣ୍ଟ ସରକାର ଗଢ଼ିବା ପାଇଁ ଯେଉଁଭଳି ଭାବେ ମଧ୍ୟସ୍ଥତା କଲେ, ଏହାକୁ ନେଇ ତାଙ୍କୁ ଗର୍ବ ଅନୁଭବ ହେଉଛି । 

ଅନ୍ୟଜଣେ କଂଗ୍ରେସ ନେତା ଅଜିତ ଶର୍ମା କହିଛନ୍ତି ଯେ, ମହାମେଣ୍ଟ ସରକାରରେ ଭାଗିଦାରୀ ଦାବି କରିଛନ୍ତି । ଅଜିତ ଶର୍ମା କହିଛନ୍ତି ଯେ, କଂଗ୍ରେସକୁ ଅତିକମରେ ୪ଟି ମନ୍ତ୍ରୀ ପଦ ମିଳିବା ଦରକାର । କାରଣ ବିଧାୟକଙ୍କ ସଂଖ୍ୟା ଆଧାରରେ କଂଗ୍ରେସର ଏତିକି ହକ ରହିଛି । କିନ୍ତୁ ପ୍ରତିମା ଦାସ ଏପର୍ଯ୍ୟନ୍ତ ସରକାର ଗଢ଼ିବାରେ ମ୍ୟାଡମଙ୍କ ଭୂମିକା ସଂପର୍କରେ କହିଛନ୍ତି । 

 

  • Tags:

Subscribe

National International State Sports Entertainment