ଭୁବନେଶ୍ୱର, ଜାନୁଆରୀ ୮(ଖବର ଓଡ଼ିଶା): ଆଗକୁ ଆସୁଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସବୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଏନେଇ ନିର୍ବାଚନ ଆୟୋଗଙ୍କ ବୈଠକ ମଧ୍ୟ ଶେଷ ହୋଇଛି ।
ରାଜ୍ୟ ମୁଖ୍ୟ ସଚିବ, ଏସଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ଙ୍କ ସହିତ ନିର୍ବାଚନ ଆୟୋଗଙ୍କ ବୈଠକ ବସିଥିବା ବେଳେ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଓ ରାଜ୍ୟର କୋଭିଡ୍ ସ୍ଥିତି ଉପରେ ଆଲୋଚନା କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।
ଏହି ବୈଠକରେ ରାଜ୍ୟର କୋଭିଡ୍ ସ୍ଥିତିକୁ ନେଇ ବିସୃତ ଭାବରେ ଆଲୋଚନା କରାଯାଇଛି ଓ ଏନେଇ ନିର୍ବାଚନ ଆୟୋଗଙ୍କୁ ଅବଗତ ମଧ୍ୟ କରାଯାଇଛି । ଏହାପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବାଦରେ କମିଶନଙ୍କ ଚୂଡାନ୍ତ ନିଷ୍ପତିକୁ ଅପେକ୍ଷା ରହିଛି ବୋଲିତ କହିଛନ୍ତି ରାଜ୍ୟ ଏସଆରସି ।