ସାଧାରଣ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଦେଶରେ ୭ ଟି ପର୍ଯ୍ୟାୟରେ ମତଦାନ କରାଯିବ । ତେବେ ପ୍ରଥମ ମତଦାନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ । ଆସନ୍ତା ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ । ଏଠାପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ସୂଚନା ଅନୁଯାୟୀ,ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଵା ପରେ ଦଳୀୟ ପାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ତେବେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ରହିଛି । ଏହି ସମୟ ମଧ୍ୟରେ ଦଳୀୟ ପାର୍ଥୀମାନେ ନାମାଙ୍କନ ଦାଖଲ କରିବେ ବୋଲି ନିର୍ବାଚନ କମିଶନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏହାପରେ ମାର୍ଚ୍ଚ ୨୮ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଏଥିସହ ମାର୍ଚ୍ଚ ୩୦ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ଭୋଟ ନିଆଯିବ। ଅନ୍ୟପଟେ ନିର୍ବାଚନକୁ ସୁରୁଖୁରୁରେ ତୁଲାଇବାକୁ ସମସ୍ତ ବ୍ୟବସ୍ଥା କରାଯାଉଛି ।
ଅଧିକ ପଢନ୍ତୁ :ସିଏଏ ଉପରେ ଲାଗିବନି ରୋକ୍: ସୁପ୍ରିମ କୋର୍ଟ