କୋଲକାତା, ଏପ୍ରିଲ ୮ (ଖବର ଓଡ଼ିଶା): ସଂଖ୍ୟା ଲଘୁ ଏକାଠି ହୁଅ ଓ ଭୋଟ୍ ଦିଅ, ଦିଦିଙ୍କ ଏହି ମନ୍ତବ୍ୟ ପାଇଁ ଏବେ ଅଡୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପ୍ରଚାର ସମୟରେ କମ୍ୟୁନାଲ ଅପିଲ କରିଥିବାରୁ ଏବେ ଦିଦିଙ୍କୁ ନୋଟିସ୍ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।
ଗତ ଏପ୍ରିଲ ୩ ତାରିଖରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବା ସମୟରେ ମମତା ବାନାର୍ଜୀ କହିଥିଲେ ଯେ ମୁସଲମାନମାନେ ନିଜର ଭୋଟ୍ ବିଭାଜନ କରିବା ଉଚିତ୍ ନୁହେଁ ସେମାନେ ଏକାଠି ହୋଇ ଗୋଟିଏ ଦଳକୁ ଭୋଟ୍ ଦେବା ଉଚିତ୍ । ତେଣୁ ସଂଖ୍ୟାଲଘୁ ଏକାଠି ହୁଅ ଓ ଭୋଟ୍ ଦିଅ ।
ମମତା ବାନାର୍ଜୀଙ୍କ ଏହି କମ୍ୟୁନାଲ ଅପିଲ କୁ ବିରୋଧ କରି ବିଜେପି ଅଭିଯୋଗ କରିବା ପରେ ଆଦର୍ଶ ଆଚରଣ ବିଧି ଉଲଘଂନ ଦର୍ଶାଇ ନିର୍ବାଚନ ଆୟୋଗ ମମତା ବାନାର୍ଜୀଙ୍କୁ ନୋଟିସ୍ ଜାରି କରି ଜବାଦ ଦେବା ପାଇଁ ନତର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଦିଙ୍କୁ ଜବାବ୍ ଦେବା ପାଇଁ ୪୮ ଘଣ୍ଟାର ସମୟ ଦିଆଯାଇଥିବା ସୂଚନା ମିଳିଛି ।