ସରିଛି ଦିଲ୍ଲୀ MCD ନିର୍ବାଚନ , ଆଜି ଆସିବ ଫଳାଫଳ | ତେବେ କିଏ ହେବ ଦିଲ୍ଲୀର ମେୟର | ମେୟର ପଦବୀ ପାଇଁ ଅନେକ ରାଜନୀତି ଉଠିବା ସହ ଚର୍ଚ୍ଚା ମଧ୍ୟ ଜୋରଦାର ଧରିଛି | ଏକଜିଟ୍ ପୋଲ ଅନୁସାରେ ଏମସିଡି ନିର୍ବାଚନରେ ବାଜି ମାରିବ ଆପ ସରକାର | ତେବେ ବିଜେପି ହାତରୁ ଦୀର୍ଘ 15ବର୍ଷ ପରେ MCD ଖସିବାର ଚର୍ଚ୍ଚା ମଧ୍ୟ ହେଉଛି । 250ଟି ଓ୍ବାର୍ଡରେ ନିର୍ବାଚନ ହୋଇଥିବା ବେଳେ 1349 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ରହିଛି । ତେବେ ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତକ ଦଳ |
ସକାଳ 8 ଟାରୁ ଆରମ୍ଭ ହେବ ଭୋଟ ଗଣନା । ରାଜ୍ୟ ନିର୍ବାଚନ ଆୟୋଗର ୱେବ୍ ପୋର୍ଟାଲ୍ secdelhi.in ରେ ଫଳାଫଳ ନେଇ ଦିଆଯିବ ସୂଚନା । ଭୋଟ ଗଣତି ପାଇଁ ମୋଟ 42 ଟି ଗଣନା କେନ୍ଦ୍ର ରହିଥିବାବେଳେ 68 ନିର୍ବାଚନ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। 2007 ମସିହାରୁ ଲଗାତାର ତିନି ଥର ବିଜେପି ଏମସିଡି ନିର୍ବାଚନରେ ବିଜୟୀ ହୋଇ ଆସୁଥିବା ବେଳେ ଚଳିତ ଥର ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଆଶା କରିଛି ବିଜେପି | ଏମସିଡି ରେଜଲ୍ଟକୁ ନେଇ ଆକ୍ସିସ ମାଇଁ ଇଣ୍ଡିଆ କରିଥିବା ସର୍ଭେରେ ଆପ୍ କୁ 149ରୁ 171 ସିଟ ମିଳିବ ବୋଲି କହିଛି । ସେହିପରି ବିଜେପିକୁ 69ରୁ 91 ସିଟ ଓ କଂଗ୍ରେସକୁ 3ରୁ 7 ସିଟ୍ ମିଳିବ ବୋଲି ସର୍ଭେ ରିପୋର୍ଟ ଦେଇଛି । ଅନ୍ୟପଟେ ନ୍ୟୁଜ୍ ଏକ୍ସ ଜନ କି ବାତ୍ ଆପ୍କୁ 159ରୁ 175 ସିଟ୍ ମିଳିପାରେ ବୋଲି କହିଛି । ବିଜେପିକୁ 70ରୁ 92 ଓ କଂଗ୍ରେସକୁ 4ରୁ 7 ସିଟ ଆସନ ମିଳିପାରେ ବୋଲି କହିଛି ।