ଏଥର ନିର୍ବାଚନରେ ରାଜ୍ୟରେ ପଦ୍ମ ଫୁଟାଇବାକୁ ବିଜେପିର ଚାଲିଛି ଜୋରଦାର ପ୍ରୟାସ । ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ମଧ୍ୟ ସେତିକି ଆଗେଇଚାଲିଛି ।ଶେଷ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ନେତା । ଓଡ଼ିଶା ଉପରେ ଫୋକସ କରିଛନ୍ତି ବିଜେପି ନେତା । ମୋଦିଙ୍କ ଗ୍ୟାରେଣ୍ଟିର ସଫଳତାର ବାର୍ତ୍ତା ଓଡିଶା ଜନସାଧାରଣଙ୍କ ପାଖେ ପହଞ୍ଚାଇ ରାଜ୍ୟରେ ଡବଲ ଇଂଜିନ ସରକାର ଆଣିବା ମୂଳଲକ୍ଷ୍ୟ ରହିଛି ।
ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ରାତି ସାଢେ ୯ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା ୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ । ୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ । ଏନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରି ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍ତି ।