ଜଟଣୀରୁ ମୁଁ ଲଢିବିନି, ମୋ ସାନପୁଅ ମନ୍ମଥ ରାଉତରାୟ ଲଢିବ: ସୁର ରାଉତରାୟ
Khabar Odisha:Congress-leader-Sura-Routray-not-to-contest-elections-announces-sons-entry-to-politics
ଖବର ଓଡିଶା : 23/02/2023

 ଏଥର ଆଉ ମୁଁ ଲଢିବିନି । ମୋ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ। ମୋତେ ୮୦ବର୍ଷ ହେଲାଣି। ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ। ପ୍ରେସ୍‌ମିଟ୍‌ରେ ଏପରି କିଛି ବଡ ଘୋଷଣା କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ | ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପ୍ରସଙ୍ଗରେ ସୁର କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା । ‘ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ପାହାଡ଼ ଚଢି ରେକର୍ଡ କରିଛି, ଏହାର ସଫଳତା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି' | ଭଲ ଆଲୋଚନା ହେଲା । ମୁଖ୍ୟମନ୍ତ୍ରୀ ଏବଂ 5T  ସଚିବ ଜାଣି ଖୁସି ହେଲେ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହେଲେ । କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ମନା କଲେ ସୁର ରାଉତରାୟ । ମୁଁ 55 ବର୍ଷ କଂଗ୍ରେସରେ ରହିଛି ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ ।

Subscribe

National International State Sports Entertainment