କର୍ଣ୍ଣାଟକର ୨୩ତ୍ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବାସବରାଜ ବୋମ୍ମାଇ
Khabar Odisha:Basavraj-Bomaai-has-been-sworn-in-as-the-23rd-Chief-Minister-of-Karnataka

କର୍ଣ୍ଣାଟକ, ଜୁଲାଇ ୨୮ (ଖବର ଓଡ଼ିଶା): ଆଜି କର୍ଣ୍ଣାଟକର ୨୩ ତ୍ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବାସବରାଜ ବୋମ୍ମାଇ । ପୂର୍ବତ୍ତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୂପାଙ୍କ ଇସ୍ତଫା ପରେ ବାସବରାଜଙ୍କ ନାମକୁ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ଗତ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାସବରାଜଙ୍କ ନାମ ଘୋଷଣା କରିବା ପରେ ବାସବରାଜ ମୁଖ୍ୟ ମନ୍ତ୍ରୀ ହେବା ନେଇ ସ୍ପଷ୍ଟତା ମିଳିଥିଲା ।

୬୧ ବର୍ଷୀୟ ବାସବରାଜ ବୋମ୍ମାଇ ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ଆରଏସ୍ ବୋମ୍ମାଇଙ୍କ ପୁଅ । ଆଜି ବୋମ୍ମାଇ ଶପଥ ଗ୍ରହଣ କରିବା ପରେ କର୍ଣ୍ଣାଟକକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛନ୍ତି ।

ଉତ୍ତର କର୍ଣ୍ଣାଟକରୁ ଆସିଥିବା ଲିଙ୍ଗାୟତ ନେତା ବସବରାଜ ବୋମ୍ମଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର ବୋମଇଙ୍କ ପୁତ୍ର । ସେ ୧୯୮୮ରୁ ୧୯୮୯ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ୬୧ ବର୍ଷୀୟ ବୋମ୍ମଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ପରିଚାଳିତ ସରକାରରେ ଗୃହ, ଆଇନ, ସଂସଦୀୟ ଏବଂ ବଧାୟୀ କାର୍ଯ୍ୟ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ନେଇଥିଲେ ।

ବୋମୋଇଙ୍କ ପୂର୍ବରୁ କର୍ଣ୍ଣାଟକରେ ଆଉ ଏକ ପିତା-ପୁତ୍ର ଯୋଡ଼ି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପରିବାର ହେଉଛି ଏହାର ଉଦାହରଣ । ଦେବେଗୌଡ଼ା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ପରେ ତାଙ୍କର ପୁତ୍ର ଏଚ୍‌ଡି କୁମାରସ୍ୱାମୀ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

  • Tags:

Subscribe

National International State Sports Entertainment