୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ବିଜେପି କୋର କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ବିଜେପି ୟୁପିର ଅବଶିଷ୍ଟ ୨୪ଟି ଆସନ ଉପରେ ଆଲୋଚନା ହୋଇଛି। ଏହି ବୈଠକରେ ୟୁପିର ମିର୍ଜାପୁର ଏବଂ ସୋନଭଦ୍ର ଆସନକୁ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଦଳ ଆପନା ଦଳ (ଏସ)କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ୟୁପିର ବାରବଙ୍କି ସିଟରୁ ଟିକେଟ ଫେରସ୍ତ କରିଥିବା ଉପେନ୍ଦ୍ର ରାୱତଙ୍କ ସ୍ଥାନରେ ଏକ ନୂଆ ଚେହେରାକୁ ସାମିଲ୍ ହେବ ।
ସୂଚନା ଅନୁଯାୟୀ ବୈଠକ ଶେଷ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ ବିଜେପି ମୁଖ୍ୟାଳୟରୁ ଫେରିଛନ୍ତି ।
ତେବେ ଖୁବ ଶୀଘ୍ର ଭାଜପା ୟୁପିର ଅବଶିଷ୍ଟ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ୟୁପିରେ ଥିବା ୮୦ଟି ସିଟ ମଧ୍ୟରୁ ବିଜେପି ୫୧ ଟି ଆସନରେ ପ୍ରାର୍ଥୀ ନିଷ୍ପତ୍ତି ନେଇଛି, ବିଜେପି ତାର ସହଯୋଗୀ ଆରଏଲଡିକୁ ଦୁଇଟି ଆସନ ଏବଂ ସୁଭାସପାଙ୍କୁ ଗୋଟିଏ ସିଟ ଦେଇଛି ବୋଲି ସୂଚନା ରହିଛି।
ୟୁପିର ୮୦ଟି ସିଟ ପାଇଁ ସାତୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ଏବଂ ସପ୍ତମ ପର୍ଯ୍ୟାୟ ଭୋଟ ଜୁନ ୧ ରେ ଅନୁଷ୍ଠିତ ହେବ। ଏହାର ନିର୍ବାଚନର ଫଳାଫଳ ଜୁନ ୪ରେ ଘୋଷଣା କରାଯିବ।