ଭୁବନେଶ୍ୱର : ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କୁ ବହିଷ୍କାର କଲେ ସରକାର। ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ରହିଥିଲା । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନା ଅନୁଯାୟୀ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଶ୍ରୀମତୀ ଶାନ୍ତିମୋନଜରୀ ଦେଇଙ୍କୁ ନଭେମ୍ବର ୧୧ ତାରିଖରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଥିଲା। ଏଥିସହ ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲଙ୍ଘନ କରିଥିବା ନେଇ ଜିଲାପାଳଙ୍କ ତଦନ୍ତ ରିପୋର୍ଟରୁ ରାଜ୍ୟ ସରକାର ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମାନ୍ୟବର ହାଇକୋର୍ଟ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରଜ କରିଦେଇ ଥିଲେ ଓ ୭ଦିନ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାଯୀ, ଚେୟାରମ୍ୟାନ ଡ଼ିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ । ଏହାପରେ ମଧ୍ୟ "ନାଚୁରାଲ ଜଷ୍ଟିସ" ଦୃଷ୍ଟିରୁ ଗତ ୨୨ତାରିଖ ଦିନ ମାନ୍ୟବର ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ଚେୟାରମ୍ୟାନଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଚେୟାରମ୍ୟାନଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ଉପରୋକ୍ତ ଚିଠି ଅନୁଯାଇ ଚେୟାରମ୍ୟାନଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଛି।
ଓଡିଶା ମୁନିସିପାଲ ଆକ୍ଟ ୧୯୫୦ ,ଧାରା ୫୩ ଆଧାରରେ ଓଡ଼ିଶାରେ ପ୍ରଥମଥର ପାଇଁ ରାଜ୍ଯ ସରକାର ଏହା କାର୍ଯ୍ୟକାରୀ କରିଛନ୍ତି ବୋଲି ଜଣାଯାଏ।