କେରଳ: ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଏକ ଅଙ୍ଗନାବଡ଼ି କେନ୍ଦ୍ରର ଛୁଆଟି କିଭଳି ମେନ୍ୟୁ ପରିବର୍ତ୍ତନ କରିବାକୁ କହୁଛି ତାହା ଦେଖିବାକୁ ମିଳିଛି । ଅଙ୍ଗନବାଡ଼ିରେ ମିଳୁଥିବା ଉପମା ବଦଳରେ ସେ ବରିୟାନୀ, ଓ ଚିକେନ୍ ଫ୍ରାଏ ଚାହୁଁଛି । ପିଲାର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ଏବେ ସରକାର ମଧ୍ୟ ମେନ୍ୟୁ ପରିବର୍ତ୍ତନ କରିବା ନେଇ ବିଚାର ବିମର୍ଷ ଅଛନ୍ତି ।
କେରଳର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ବୀଣା ଜର୍ଜ ଏହି ଭିଡ଼ିଓକୁ ନିଜ ଫେସବୁକ୍ ପେଜରେ ଶେୟାର କରିଛନ୍ତି । କୁନି ଶିଶୁ ନିଜ ମନ ପସନ୍ଦର ଖାଇବା କଥା ଏଥିରେ କହିଛି । ଶିଶୁଟିର ଇଚ୍ଛାକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ପରିବର୍ତ୍ତନ ପାଇଁ ବିଚାର କରୁଛନ୍ତି । ତେବେ ଅଙ୍ଗନବାଡ଼ି ମାଧ୍ୟମରେ କୁନି ଶିଶୁଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ଦିଆଯାଉଛି ।
ଅଧିକ ପଢନ୍ତୁ: ଟ୍ରମ୍ପଙ୍କ ଉଦାରତାରେ ଖୁସି ବଜାର: ସେନସେକ୍ସ ଏବଂ ନିଫ୍ଟି ଦ୍ରୁତ ଗତିରେ ବୃଦ୍ଧି
ଭିଡିଓରେ କୁନି ଶିଶୁ ନିଜ ଘରେ ମାଙ୍କ ହାତରୁ ଖାଇବା ବେଳେ କହୁଛି, ମତେ ଅଙ୍ଗନାବାଡ଼ିରେ ଓପମା ବଦଳରେ ବିରିୟାନୀ ଆଉ ଚିକେଟ୍ ଫ୍ରାଏ କାହିଁକି ଦିଆଯାଉନି? ମୁଁ ବିରିୟାନୀ ଖାଇବାକୁ ଚାହେଁ । କୋମଳମତି ଶିଶୁର ଏଇ କେଇ ପଦ କଥା ଭାଇରାଲ ହୋଇ ସରକାରଙ୍କ କାନରେ ପଡ଼ିଛି । ନିଜେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏଥିପାଇଁ ସରକାରୀ ସ୍ତରରେ ମେନ୍ୟୁ ପରିବର୍ତ୍ତନ ଦିଗରେ ବିଚାର ଚାଲିଥିବା ନେଇ କହିଛନ୍ତି ।