ନୂଆଦିଲ୍ଲୀ: ଏସ୍ଆଇଆର୍ ପାଇଁ କେରଳରେ କଂଗ୍ରେସ ବିଜୟ ହାସଲ କରିଛିଲ । କଂଗ୍ରେସ ସାଂସଦ ଶଶି ଥରୁର କେରଳ ନିର୍ବାଚନ ଫଳାଫଳକୁ ନେଇ ଏଭଳି ବୟାନରେ ପରେ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି ।
ସ୍ଟେନଫୋର୍ଡ ଇଣ୍ଡିଆ କନଫରେନ୍ସରେ ଏକ ଗୋଲ ଟେବୁଲ ବୈଠକରେ ଥରୁର ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି । ଏହି ବୈଠକରେ ସଦ୍ୟ ସମାପ୍ତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଛି । ପଶ୍ଚିମବଙ୍ଗ ଫଳାଫଳରେ ଥରୁର ଦାବି କରିଛନ୍ତି ଯେ ବେଙ୍ଗଲରେ ଏସ୍ଆଇଆରରେ ପ୍ରାୟ ୯୧ ଲକ୍ଷ ମତଦାତାଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି ଯେଉଁଥିରେ ଲକ୍ଷ ଲକ୍ଷ ବୈଧ ମତଦାତା ଥିଲେ । ହଟିଥିବା ୩୪ ଲକ୍ଷ ମତଦାତାଙ୍କର ମତ ସାବ୍ୟସ୍ତ କରିବାର ଅଧିକାର ରହିଛି । ତେବେ ନିର୍ବାଚନ ପୂର୍ବରୁ କିଛି ମାମଲାର ସମାଧାନ ହୋଇପାରିଲା । ମାତ୍ର ଆହୁରି ୩୧ରୁ ୩୨ ଲକ୍ଷ ଜନତାଙ୍କର ସମାଧାନ ହୋଇ ପାରିନାହିଁ । ଆଉ ସେମାନଙ୍କୁ ଭବିଷ୍ୟତରେ ଭୋଟରେ ତାଲିକାରେ ସାମିଲ କରାଯାଇପାରେ । ତେଣୁ ବିଜେପି ସର୍ବମୋଟ ୩୦ ଲକ୍ଷ ଭୋଟ୍ ବ୍ୟବଧାନରେ ଜିତିଛି ଯାହାକୁ ବାକି ରହିଥିବା ମତଦାତା ତାଲିକା ସହିତ ସମାନ । ତାଙ୍କର ପ୍ରଶ୍ନ ଯୁକ୍ତିଯୁକ୍ତ ଅଟେ ବୋଲି ଥରୁର କହିଛନ୍ତି ।
ଅନ୍ୟପକ୍ଷରେ ଏସ୍ଆଇଆର୍ ପାଇଁ କେରଳରେ କଂଗ୍ରେସ ବିଜୟ ହାସଲ କରିଥିବା ଥରୁର ସ୍ୱୀକାର କରିଛନ୍ତି । ଏସ୍ଆଇଆର୍ ପ୍ରକ୍ରିୟା କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫକୁ ମଧ୍ୟ ଲାଭ ଦେଇଛି। ଥରୁରଙ୍କ ଅନୁଯାୟୀ, କେରଳରେ ବାମପନ୍ଥୀ ଦଳ (ଉଚଗ)ରେ ଜଣେ ବ୍ୟକ୍ତିଙ୍କର 'ଡବଲ ଏବଂ ଟ୍ରିପଲ ନାମ ରହିଛି' ଅର୍ଥାତ ଜଣେ ବ୍ୟକ୍ତିଙ୍କର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ସାମିଲ ରହିଛି ଏବଂ ଏହି ଡୁପ୍ଲିକେଟ ନାମଗୁଡ଼ିକୁ ଭୋଟର ତାଲିକାରୁ ହଟାଇ ଦିଆଯାଇଛି । ଫଳରେ କଂଗ୍ରେସକୁ ଏହାର ଲାଭ ମିଳିଲା । କାରଣ ସିପିଏମ୍ ଦୀର୍ଘ ସମୟ ଧରି ବିଭିନ୍ନ ଏଭଳି ଜଣଙ୍କ ନାମକୁ ଏକାଧିକ ସ୍ଥାନରେ ରଖି ଏହାର ଫାଇଦା ଉଠାଇ ଆସୁଥିଲା । ଆଉ ସିପିଏମ୍ ଏଥିରେ ପାରଙ୍ଗମ ଥିଲା ବୋଲି ଥରୁର କହିଛନ୍ତି ।