ନୂଆଦିଲ୍ଲୀ: ବ୍ୟବସାୟୀମାନଙ୍କ ବାରମ୍ବାର ଅନୁରୋଧ ସତ୍ୱେ ରାମଲୀଲା ମୈଦାନରେ ହୋଇଥିବା ପ୍ରଦର୍ଶନ ବିରୋଧରେ କରାଯାଇଥିବା ଆବେଦନକୁ ନେଇ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ବିଭିନ୍ନ ବିରୋଧୀ ଦଳ ଯଥା କଂଗ୍ରେସ, ଆମ୍ ଆଦମୀ ପାର୍ଟୀ, କକ୍ରୋଚ ଜନତା ପାର୍ଟୀ, ସର୍ବ ଭାରତୀୟ ଛାତ୍ର ସଂଘ ଇତ୍ୟାଦିକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି ।
ପ୍ରଧାନ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ ଅଧ୍ୟକ୍ଷତାରେ ନ୍ୟାୟାଧୀଶ ଜୟମାଲା ବାଗଚୀ ଏବଂ ନ୍ୟାୟାଧୀଶ ବି ମୋହନଙ୍କ ନେଇ ଗଠିତ ଖଣ୍ଡପୀଠ ବ୍ୟବସାୟୀ ସଂଘ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ଯେ ବ୍ୟବସାୟୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସନ୍ତୁଳନ ରହିବା ନିତ୍ୟାନ୍ତ ଜରୁରୀ । ଖଣ୍ଡପୀଠ ଆନ୍ଦୋଳନରେ ସାମିଲ ସମସ୍ତ ରାଜନୈତିକ ଦଳ, ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି । ଦିଲ୍ଲୀ କିରାନା କମିଟି ଏବଂ ଆଇରନ୍ ଆଣ୍ଡ୍ ହାର୍ଡୱେୟାପ ମର୍ଚାଣ୍ଟ ଆସୋସିଏସନର ସଂଶୋଧିତ ଆବେଦନ ଉପରେ ଅଦାଲତ ଦିଲ୍ଲୀ ସରକାର ଏବଂ ଆୟୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି । ସିଜେଆଇ କହିଛନ୍ତି ଯେ ଦିଲ୍ଲୀ ଏବଂ ଅନ୍ୟ ସ୍ଥାନରେ ହୋଇଥିବା ବିରୋଧ ପ୍ରଦର୍ଶନ ସହିତ ଜଡ଼ିତ ମାମଲାର ଶୁଣାଣି ଭିନ୍ନ ଭିନ୍ନା ତାରିଖରେ କରାଯିବ ।
ବ୍ୟବସାୟୀ ସଂଘ ପକ୍ଷରୁ ମୁକୁଲ ରୋହତଗୀ ମାମଲା ପରିଚାଳନା କରୁଛନ୍ତି । ରୋହତଗୀ ଚିନ୍ତବ୍ୟକ୍ତ କରି କହିଛନ୍ତି ଯେ ବିରୋଧ ପ୍ରଦର୍ଶନ କାରଣରୁ ରାମଲୀଲା ନିକଟସ୍ଥ ସମସ୍ତ ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ଏହା ବ୍ୟବସାୟିକ କେନ୍ଦ୍ର ହୋଇଥିବାରୁ ରାମଲୀଲା ମୈଦାନକୁ ବିରୋଧ କେନ୍ଦ୍ରସ୍ଥଳ କରାଯିବାକୁ ନେଇ ବ୍ୟବସାୟୀ କଡ଼ା ଆପତ୍ତି ଜଣାଇଛି ।