ଭୁବନେଶ୍ୱର: ଶୁକ୍ରବାର ସକାଳେ ବାତ୍ୟା ‘ଅକ୍ୱାନ’ ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁଚି । ପ୍ରାୟ ଦୁଇ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା । ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ସମୟରେ କୌଣସି ସ୍ଥାନରେ କାହାର ପ୍ରାଣ ହାନି ହୋଇନଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଆଧାରରେ, ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ କାଁ ଭାଁ ସ୍ଥାନରେ ରାସ୍ତା ଉପରେ ପାଣି ଜମିଛି । କିନ୍ତୁ ବର୍ଷା ଜଳ ଧିରେ ଧିରେ ନିଷ୍କାସିତ ମଧ୍ୟ ହେଉଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ।
ସେହିପରି ବାତ୍ୟା ଅକ୍ୱାନ ପାଇଁ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ବାତ୍ୟା ପାଇଁ ୪୪୭୦ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଥିଲା । ତନ୍ମଧ୍ୟରୁ ୧୪୫୦ ପିଲା ଜନ୍ମ ନେଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ରହିଥିବା ଅନୁ ଗର୍ଗ ସୂଚନା ଦେଇଛନ୍ତି ।