ନୂଆଦିଲ୍ଲୀ: ଗାଡ଼ି ପ୍ରଦୁଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ନିୟମରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିଛନ୍ତି । ପିୟୁସି ସାର୍ଟିଫିକେଟର ଅବଧିକୁ ସରକାର ତିନି ବର୍ଷ ଯାଏ ବୃଦ୍ଧି କରିଛନ୍ତି । ପିୟୁସି ବାହାର କଲେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ଏହାର ବୈଧତା ରହିବ । ପ୍ରତି ବର୍ଷ ପିୟୁସି ସାର୍ଟିଫିକେଟ୍ ବାହାର କରିବାକୁ କୌଣସି ଆବଶ୍ୟକତା ନାହିଁ । ଏ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂତନ ନିୟମ କାର୍ଯ୍ୟକାରୀ ହେବ ।
ନଭେମ୍ବର ୧୩ ତାରିଖରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପିୟୁସିସି ଅବଧି ସହିତ ଜଡ଼ିତ ସଂଶୋଧିତ ନିୟମକୁ ମଞ୍ଜୁର କରିଛନ୍ତି । ମୋଟର ଯାନ ନିୟମ ୨୦୨୬ ଆଧାରରେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନିୟମ ମୋଟର ଯାନ ନିୟମ ୧୯୮୮ରେ ଆସୁଛି ।
ପିୟୁସିସିର ନୂତନ ନିୟମ ଅଲଗା ଗାଡ଼ି ପାଇଁ ଅଲଗା ଅଟେ ।କେବଳ ଛଅ ବର୍ଷରୁ କମ୍ ବିଏସ-6 ବ୍ୟକ୍ତିଗତ ଗାଡ଼ି ପାଇଁ ଏହି ତିନି ବର୍ଷର ନିୟମ ରହିଛି । ସବୁ ଗାଡ଼ି ପାଇଁ ନୁହେଁ । ଆସନ୍ତୁ ଜାଣିବା କେଉଁ ଗାଡ଼ି ପାଇଁ କେତେ ମାସ ବା ବର୍ଷରେ ନୂତନ ପିୟୁସିସି ବାହାର କରିବାକୁ ପଡ଼ିବ ।
BS-1, BS-2 ଏବଂ BS-3- ସମସ୍ତ ଯାନ- ୩ ମାସ
BS-4-ସମସ୍ତ ଯାନ- ୬ ମାସ
BS-6- ବ୍ୟକ୍ତିଗତ (୬ ବର୍ଷରୁ କମ୍ ପୁରୁଣା ଗାଡ଼ି) - ୩ ବର୍ଷ
BS-6-ବ୍ୟକ୍ତିଗତ ଯାନ (୬ ରୁ ୧୦ ବର୍ଷ)- ୧ ବର୍ଷ
BS-6-ବ୍ୟକ୍ତିଗତ ଯାନ (୧୦ ବର୍ଷରୁ ଅଧିକ)- ୬ ମାସ
BS-6-ବାଣିଜ୍ୟିକ ଯାନ (୬ ବର୍ଷ ପୁରୁଣା ) - ୨ ବର୍ଷ
BS-6-ବାଣିଜ୍ୟିକ ଯାନ (୬ ରୁ ୧୦ ବର୍ଷ)- ୧ ବର୍ଷ
BS-6-ବାଣିଜ୍ୟିକ ଯାନ (୧୦ ବର୍ଷରୁ ଅଧିକ) -୬ ମାସ