କେରଳ: ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନର ଅସଲ ମୁଖା ଅନ୍ତର୍ଜାତୀୟ ସ୍ତରରେ ପର୍ଦ୍ଦାଫାସ କରିବା ପାଇଁ ମୋଦୀ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି । ଏଥିପାଇଁ ଗଠନ ହୋଇଛି ୭ଟି ସର୍ବଦଳୀୟ ପ୍ରତିନିଧି ଦଳ । ପ୍ରଧାନମନ୍ତ୍ରୀ ମୋଦୀ ହେଉଛି ଏମିତି ଜଣେ ନେତା, ଯିଏ ନିଜ ନିଜ ନିଷ୍ପତି ଦ୍ୱାରା ଲୋକଙ୍କୁ ସବୁବେଳେ ଆଶ୍ଚର୍ଯ୍ୟ କରାନ୍ତି। ଯାହା କେବେ ବିରୋଧୀ ଚିନ୍ତା କରିନଥିବେ, ତାହା ମୋଦୀ କରି ଦେଖାନ୍ତି। ଏବେ ସମାନ୍ ଘଟଣା ଦେଖିବାକୁ ମିଳିଛି ସର୍ବଦଳୀୟ ପ୍ରତିନିଧୀ ମଣ୍ଡଳ ଗଠନରେ। ଶଶିଥରୁର, ସୁପ୍ରିୟା ସୁଲେଙ୍କ ସମତେ ଅନେକ ବିରୋଧୀ ଦଳର ନେତାକୁ ପ୍ରତିନିଧୀ ମଣ୍ଡଳୀରେ ସାମିଲ କରିବା ନିଷ୍ପତି ମଧ୍ୟ ସମାନ। କିନ୍ତୁ ଯେଉଁମାନେ ଶଶି ଥରୁରଙ୍କୁ ନିକଟରୁ ଜାଣନ୍ତି, ସେମାନେ ଜାଣନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବାଛି କେତେ ବଡ଼ ଗେମ୍ ଖେଳିଛନ୍ତି। ଜାତିସଂଘରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଶଶି ଥରୁର କୂଟନୀତିରେ ଜଣେ ମହାନ ବିଶେଷଜ୍ଞ। ଏପରି ପରିସ୍ଥିତିରେ, ସେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ପର୍ଦ୍ଦାଫାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।
ସେପଟେ କେନ୍ଦ୍ରର ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଶଶୀ ଥରୁର। ସୋସିଆଲ ମିଡ଼ିଆରେ ଧନ୍ୟବାଦ ଜଣାଇ ସେ ଏନେଇ ପୋଷ୍ଟ କହିଛନ୍ତିି, ‘ସରକାରଙ୍କ ନିମନ୍ତ୍ରଣକୁ ମୁଁ ଧନ୍ୟବାଦ ଜଣାଉଛି। ରାଷ୍ଟ୍ର ହିତ ପାଇଁ ମୁଁ ପଛକୁ ହଟିବିନି’ ବୋଲି ପୋଷ୍ଟ କରିଛନ୍ତି ଥରୁର।