ନୂଆଦିଲ୍ଲୀ: ଭାରତ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତ ପ୍ରଧାନ ନରେନ୍ଦ୍ର ମନ୍ତ୍ରୀ ମୋଦୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ସିଧା ସଳଖ ପ୍ରଧାନମନ୍ତ୍ରୀଙ୍କୁ ଧମକ ଭରା ଚେତାବନୀ ଦେଇଛନ୍ତି । ପ୍ରାୟ ସାଢ଼େ ତିନି ବର୍ଷ ପୂର୍ବେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନକୁ ମନେପକାଇ ବାଂଲାଦେଶ ଭଳି ଭାରତକୁ କରିଦେବାକୁ ଧମକ ଦେଇଛନ୍ତି । ଯାହାର କଡ଼ା ଜବାବ ଦେଇଛନ୍ତି ବିଜେପି ନେତା ।
ଏକ ଟିଭି ଚ୍ୟାନେଲରେ ଟିକାଏତ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ସେମାନେ ୨୬ ଜାନୁଆରୀରେ ଲାଲକିଲ୍ଲାକୁ ନ ଯାଇ ଯଦି ସେଦିନ ସେମାନଙ୍କୁ ସଂସଦ ଆଡକୁ ଟ୍ରାକ୍ଟର ନେଇଥାନ୍ତେ ତେବେ ବାଂଲାଦେଶ ଭଳି ସ୍ଥିତି ହୋଇଥାନ୍ତା । ଯଦି ୨୫ ଲକ୍ଷ ଆନ୍ଦୋଳନକାରୀ ଏହା କରି ଥାଆନ୍ତେ ସେହି ଦିନ ମାମଲା ସମାଧାନ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି । ସେ ଆଗକୁ ବର୍ତ୍ତମାନ ଆମେ ପ୍ରସ୍ତୁତି ଅଛୁ, ଏହା ନିଶ୍ଚିତ ଭାବରେ ଘଟିବ ବୋଲି ସେ ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଏହା ସହିତ ସେ କୋଲକାତା ଗଣ ଦୁଷ୍କର୍ମ ମାମଲା ଉଠାଇଥିଲେ । ଡାକ୍ତରଙ୍କ ମାମଲାରେ କେନ୍ଦ୍ର ସରକାର ଅନ୍ୟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ରାକେଶ । ରାକେଶଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଏହି ଭିଡିଓ ସେୟାର କରି ରାକେଶ ଟିକାଏତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନେକ ଲୋକ ଏହାକୁ ଏକ ଗୁରୁତର ବିପଦ କହିଛନ୍ତି । ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଟିକାଏତଙ୍କ ଏହି ବିବୃତ୍ତି ପରେ ବିଜେପି ଇଣ୍ଡିଆ ମେଣ୍ଟର ଉପରେ ବର୍ଷିଛନ୍ତି । ପାର୍ଟି ମୁଖପାତ୍ର ଶେହଜାଦ ପୁନାୱାଲା ଟ୍ୱିଟରରେ ପୋଷ୍ଟ କରିଛନ୍ତି, “ଇଣ୍ଡି-କଂଗ୍ରେସ ଇକୋସିଷ୍ଟମର ଅଂଶ ରାକେଶ ଟିକାଇଟ କହିଛନ୍ତି - ଆରଜି କର ବଳାତ୍କାର ହତ୍ୟା ମାମଲା କାହିଁକି ହାଇଲାଇଟ୍ କରାଯାଉଛି ? ଏହା ବଙ୍ଗଳା ସରକାର ବିରୋଧରେ ଏକ ଷଡଯନ୍ତ୍ର । ରାହୁଲ ଗାନ୍ଧୀ ଏହାକୁ 'ଡାଇଭର୍ସନ' ବୋଲି କହୁଛନ୍ତି। ଟିକାଏତ ଏହାକୁ ଷଡଯନ୍ତ୍ର ବୋଲି କହିଛନ୍ତି, ପୀଡିତା, ମହିଳା, ଡାକ୍ତର ଏବଂ ବିକ୍ଷୋଭକାରୀଙ୍କ ପ୍ରତି ଅପମାନ ନୁହେଁ କି ? ଇଣ୍ଡି ସମବାୟ ସମିତି ଏହାକୁ ନିନ୍ଦା କରିବ କି ବୋଲି ଅନେକ ବିରୋଧୀ ନେତାଙ୍କୁ ପୁନାୱାଲା ପ୍ରଶ୍ନ କରିଛନ୍ତି । ପୁନୱାଲା କହିଛନ୍ତି, “ଆରଜି କର ପ୍ରସଙ୍ଗରେ ସୁପ୍ରିମକୋର୍ଟ ବଙ୍ଗଳା ସରକାରଙ୍କୁ ସମାଲୋଚନା କରିଛନ୍ତି, ଏହା ଏକ ବିଭ୍ରାଟ ଏବଂ ଷଡ଼ଯନ୍ତ୍ରର ଏକ ଅଂଶ କି” ?
ତେବେ ପଶ୍ଚିମ ବଙ୍ଗ ସରକାର ଅନ୍ୟ ମେଡ଼ିକାଲକୁ କବଜା କରୁଛନ୍ତି ତାହା କଣ ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ରାଇମ୍ ସିନକୁ ନଷ୍ଟ କରିଦେବା ଏହା ଭ୍ରମିତ କରୁନାହିଁ କି ବୋଲି ସେ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ।
ରାକେଶ ଟିକାଏତ ଭାରତକୁ ବାଂଲାଦେଶ କରିବା ମନ୍ତବ୍ୟକୁ ଲଜ୍ଜାଜନକ କହିଛନ୍ତି ପୁନାୱାଲା । ଏହା ଭାରତ ପାଇଁ ଖୋଲା ଧମକ । ଏହା ସମ୍ବିଧାନ ବଞ୍ଚାଓ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।