ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ମଧ୍ୟ ପ୍ରଦେଶର ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମକୁ ଜାମିନ ମିଳିଛି । ଦୀର୍ଘ ୧୧ ମାସ ପରେ କୋର୍ଟ ସୋନମକୁ ଜାମିନ ପ୍ରଦାନ କରିଥିବା ତାଙ୍କ ଭାଇ ସୂଚନା ଦେଇଛନ୍ତି ।
୨୩ ମଇ, ୨୦୨୫ରେ ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ତାଙ୍କ ନବବିବାହିତା ପତ୍ନୀ ସୋନମ ହନିମୁନ ପାଇଁ ମେଘାଳୟ ଯାଇଥିଲେ । ସେଠାରେ ସୋନମ ପ୍ରେମିକ ସହିତ ମିଶି ହତ୍ୟା ସ୍ୱାମୀକୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ସୋନମ ଚତୁରତାର ସହିତ ଖସି ପଳାଇଯାଇଥିଲା ଏବଂ ସେମାନେ ନିଖୋଜ ହୋଇଯାଇଥିବା ନାଟକ ରଚିଥିଲା । ବହୁତ ଦିନ ଧରି ଖୋଜାଖୋଜି କରିବା ପରେ, ଜୁନ୍ ୨ ତାରିଖରେ ରାଜା ରଘୁବଂଶୀଙ୍କ ମୃତଦେହ ଏକ ଗାତରୁ ମିଳିଥିଲା ଏବଂ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଇଥିଲା।
ଏହି ଘଟଣାରେ ସୋନମ, ତାର ପ୍ରେମିକ ଏବଂ ଅନ୍ୟ ତିନି ଜଣ ସହଯୋଗୀ ସାମିଲ ଥିଲେ । ପ୍ରଥମେ ତିନି ଜଣ ସହଯୋଗୀ ଗିରଫ ହେବା ପରେ ସୋନମକୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଥିଲା ।
ମାମଲାର ପ୍ରାରମ୍ଭିକ ପର୍ୟ୍ୟାୟରେ ସୋନମଙ୍କ ପରିବାର ଝିଅକୁ କୌଣସି ଆଇନଗତ ସହାୟତା ଦେବାକୁ ମନା କରିଦେଇଥିଲେ। ସୋନମଙ୍କ ପୁରା ପରିବାର ରାଜା ରଘୁବଂଶୀଙ୍କ ସପକ୍ଷରେ ବାହାରିଥିଲେ । ରାଜାଙ୍କ ପାଇଁ ଜଣେ ଓକିଲ ଯୋଗାଇବାକୁ ସୋନମଙ୍କ ଭାଇ ଜିଦ୍ ଧରିଥିଲେ । କିନ୍ତୁ ପରେ ସୋନମଙ୍କୁ ଆଇନଗତ ସହାୟତା ଦିଆଯାଇଥିଲା। ସେବେଠାରୁ ସୋନମ ରଘୁବଂଶୀ ସିଲଂ ଜେଲରେ ବନ୍ଦୀ ଅଛନ୍ତି ।