ରାହୁଲଙ୍କ ଜିଦ୍‌ ଇସ୍ତଫା ଦେବେ, ମନା କଲା ସିଡବ୍ଲ୍ୟୁସି
Khabar Odisha:politics-congress-rahul-gandhi-wants-to-resign-but-cwc-denied
ନୂଆଦିଲ୍ଲୀ, ମେ ୨୫ (ଖବର ଓଡ଼ିଶା):

ଚଳିତ ନିର୍ବାଚନରେ ଶୋଚନୀୟ ପରାସ୍ତର କାରଣ ଖୋଜିଛି କଂଗ୍ରେସ । ଏହି ପରାଜୟକୁ ସ୍ୱୀକାର କରି ନିଜକୁ ଦାୟୀ କରି ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବୁଝାଇବା ପରେ ରାହୁଲ ଗାନ୍ଧୀ ନିଜର ନିଷ୍ପତ୍ତି ବଦଳାଇଛନ୍ତି । ରାଜନୀତିରେ ହାର ଜିତ ଲାଗି ରୁହେ । ଇସ୍ତଫା ଦେବାର କୌଣସି କାରଣ ନାହିଁ ବୋଲି ମନମୋହନ କହିଛନ୍ତି ।

ଆଜି ନୂଆଦିଲ୍ଲୀ ସ୍ଥିତ କାର‌୍ୟ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟସି) ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ଖରାପ ଫଳାଫଳ ନେଇ ବୈଠକରେ ସମୀକ୍ଷା କରାଯାଇଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସମେତ ମହୁ ବରିଷ୍ଠ ନେତା ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି । ବୈଠକ ପୂର୍ବରୁ ରାହୁଲ ମନମୋହନଙ୍କ ସହିତ ଏକାକୀ ଆଲୋଚନା କରିଛନ୍ତି । କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ତେବେ ମନମୋହନ ତାଙ୍କୁ ଇସ୍ତଫା ଦେବାକୁ ମନା କରିଛନ୍ତି । ସେହିପରି ସିଡବ୍ୟୁସି ମଧ୍ୟ ଇସ୍ତଫା ଦେବାକୁ ରାହୁଲଙ୍କୁ ମନା କରିଛନ୍ତି । ଫଳରେ ରାହୁଲ ନିଷ୍ପତ୍ତି ବଦଳାଇଛନ୍ତି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ସେପଟେ କଂଗ୍ରେସ ରାଜ୍ୟ ମୁଖିଆମାନେ ନିଜର ପଦ ଛାଡ଼ି ସାରିଛନ୍ତି । ଉତର ପ୍ରଦେଶ ରାଜ ବବରଓଡିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କର୍ଣ୍ଣାଟକର ବରିଷ୍ଠ ନେତା ଏଚ. କେ ପାଟିଲ  ଏବଂ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ରାହୁଲଙ୍କ ନିକଟକୁ ପଠାଇ ଦେଇଛନ୍ତି । 

  • Tags:

Subscribe

National International State Sports Entertainment