ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହେବା ପରେ ଆଜି ଠାରୁ ଦୁଇଦିନ ପାଇଁ ଧ୍ୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଧ୍ୟାତ୍ମିକ ଯାତ୍ରା କରିବେ । ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲରେ ଦୀର୍ଘ ୪୮ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଧ୍ୟାନ କରିବେ । କନ୍ୟାକୁମାରୀରେ ମହାସାଗର ଭିତରେ ଥିବା ବିଶାଳ ଚଟ୍ଟାଣରେ ବସି ଧ୍ୟାନ କରିବେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୨ ହଜାର ପୋଲିସ କର୍ମଚାରୀ ଏବଂ ସୁରକ୍ଷା ଏଜେନ୍ସି ନିୟୋଜିତ ହେବା ନେଇ ସୂଚନା ମିଳିଛି । ଏହାସହିତ ସୁରକ୍ଷା ଦୃଷ୍ଟିରୁ ଆଜି ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ସମୁଦ୍ର ଉପକୂଳ ବନ୍ଦ ରହିବା ସହିତ ଘରୋଇ ଡଙ୍ଗା ଚାଳନା ମଧ୍ୟ ବନ୍ଦ ରହିବ ।