ନୂଆଦିଲ୍ଲୀ, ଜାନୁଆରୀ 15 (ଖବର ଓଡିଶା) :
ପଞ୍ଜାବର ଭାରତ-ପାକିସ୍ତାନର ଅନ୍ତର୍ଜାତୀୟ ସୀମାରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ । ପାକିସ୍ତାନୀ ଅନୁପ୍ରବେଶକାରୀ ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ କରିଥିଲେ । ସୀମାରେ ସଜାଗ ଥିବା ସୁରକ୍ଷା ବାହିନୀଙ୍କ ଗୁଳିରେ ଏହି 2 ଅନୁପ୍ରବେଶକାରୀ ନିହତ ।
ସୂତ୍ର ଅନୁଯାୟୀ, ଭାରତ-ପାକିସ୍ତାନର ଅନ୍ତର୍ଜାତୀୟ ସୀମାର ଅଜନାଲାର କୋଟ ରଜଡା ସୀମାରେ ଥିବା ବାଡ଼ ନିକଟରେ ଗତକାଲି ସନ୍ଧ୍ୟାରେ କିଛି ପାକିସ୍ତାନୀ ଅନୁପ୍ରବେଶକାରୀ ଲୁଚି ରହିଥିବା ଭାରତୀୟ ସୁରକ୍ଷାକର୍ମୀ ଖବର ପାଇଥିଲେ । ଏହାପରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ସୁରକ୍ଷାକର୍ମୀ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଚେତାବନୀ ଦେଇଥିଲେ । ତଥାପି ବିପଦ ଥିବାରୁ ରାତି ପ୍ରାୟ 8.30 ସମୟରେ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି ।