ନୂଆଦିଲ୍ଲୀ: ନୋଏଡ଼ା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ଆନନ୍ଦଙ୍କୁ ଗିରଫ କରାଯାଇଛି । ନୋଏଡ଼ା ପୋଲିସ ଏବଂ ଏସଟିଏଫ୍ ତାମିଲାନାଡ଼ୁ ତିରୁଚିରାପାଲିରୁ ଆଦିତ୍ୟକୁ ଗିରଫ କରିଛନ୍ତି ।
ଦିଲ୍ଲୀରେ ସେ ଲୁଚି ରହିଥିବା ଆଶଙ୍କା ଥିବା ସୂଚନା ମିଳିଥିଲା। ପାଞ୍ଚଟି ପୋଲିସ ଦଳ ଅଭିଯୁକ୍ତଙ୍କୁ ସକ୍ରିୟ ଭାବରେ ଖୋଜୁଥିଲେ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବରେ ଚିହ୍ନଟ ହୋଇଥିବା ଆଦିତ୍ୟକୁ ଆନନ୍ଦକୁ ଧରାଇଦେବାକୁ ୧,୦୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।
ଏପ୍ରିଲ ୧୩ରେ ନୋଏଡାରେ ଏକ ଘରୋଇ କମ୍ପାନୀରେ ଦରମା ବୃଦ୍ଧିକୁ ତୁମୁଳ ହିଂସାକାଣ୍ଡ ହୋଇଥିଲା । ପୋଲିସ ଗାଡ଼ିକୁ ଜାଳି ଦେବା ସହିତ ସର୍ବସାଧାରଣ ଜିନିଷ୍ଟ ନଷ୍ଟ କରିଥିଲେ ବିକ୍ଷୋଭକାରୀ । ନୋଏଡା ହିଂସା ମାମଲା ସମ୍ପର୍କରେ ୟୁପି ଏଟିଏସ୍ ଏହାକୁ ଆତଙ୍କବାଦ ସହିତ ସିଧାସଳଖ ଯୋଡ଼ିଥିଲା । ତଦନ୍ତରୁ ଜଣାପଡ଼ିଛି ଯେ ହିଂସାକୁ ଉସୁକାଇବାକୁ ଅଭିଯୁକ୍ତ ଆଦିତ୍ୟ ଦୁଇଟି 'X' (ପୂର୍ବରୁ ଟ୍ୱିଟର) ଆକାଉଣ୍ଟର ଅପରେଟରମାନଙ୍କ ସହିତ ଯୋଗାଯୋଗ କରିଥିଲା । ଯେଉଁମାନେ ଦୁଇ ସପ୍ତାହ ପୂର୍ବରୁ ଲକ୍ଷ୍ନୌରେ ଗିରଫ ହୋଇଥିବା ଆତଙ୍କବାଦୀ ଥିଲେ ।
"ଅନୁଷି ତିୱାରୀ ପ୍ରାଉଡ୍ ଇଣ୍ଡିଆନ୍ ନବି" ଏବଂ "ମିର୍ ଇଲିଆସ୍ ଆଇଏନ୍ସି" ହ୍ୟାଣ୍ଡେଲ ଅଧୀନରେ କାର୍ଯ୍ୟ କରୁଥିବା ଦୁଇଟି 'ଏକ୍ସ' ଆକାଉଣ୍ଟରୁ ଏପ୍ରିଲ ୧୩ ଏବଂ ୧୪ ତାରିଖରେ ପୋଷ୍ଟ ପ୍ରକାଶିତ ହୋଇଥିଲା ଯେ ନୋଏଡା ହିଂସା ସମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି ସହିତ ମିଥ୍ୟା ସୂଚନା ପ୍ରସାର କରିଥିଲା। ଗୌତମ ବୁଦ୍ଧ ନଗର ପୋଲିସ ହିଂସା ମାମଲାର ତଦନ୍ତ ସମୟରେ ଏହି 'ଏକ୍ସ' ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିଥିଲା।
ଏଟିଏସ୍ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଲକ୍ଷ୍ନୌରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମୋବାଇଲ୍ ଫୋନ୍ ରୁ ଉଦ୍ଧାର ହୋଇଥିବା ପୋଡ଼ାଜଳା ଭିଡିଓ ନୋଏଡାରେ ହୋଇଥିବା ପୋଡ଼ାଜଳାର ଭିଡ଼ିଓ ସହିତ ସମାନ ।