ରାମଙ୍କ ଦ୍ୱାରା ନିହତ ହେବା ପରେ ରାବଣର ଅନ୍ତିମ ସଂସ୍କାର କିଏ କରିଥିଲା? ଏହା କେତେ ଦିନ ପରେ ହୋଇଥିଲା? ସେଥିରେ ରାମ ନିଜେ ବାନର ସେନା ସହିତ କାହିଁକି ଉପସ୍ଥିତ ରହିଲେ? କେଉଁ କାରଣରୁ ରାବଣର ସାନ ଭାଇ ବିଭୀଷଣ ତା’ର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଥିଲେ ଏବଂ ପରେ ରାମଙ୍କ ବୁଝାଇବା ପରେ ମାନିଥିଲେ?
ରାବଣର ଅନ୍ତିମ ସଂସ୍କାର ତା’ର ମୃତ୍ୟୁର ତୁରନ୍ତ ପରେ ଅର୍ଥାତ୍ ସେହି ଦିନ ହିଁ ହୋଇଥିବା କୁହାଯାଏ। ରାମାୟଣର କାଥା-ପରମ୍ପରାରେ ଏହା ଦର୍ଶାଯାଇଛି ଯେ ଯୁଦ୍ଧ ସମାପ୍ତ ହେବା ମାତ୍ରେ ରାବଣର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ ଏବଂ ଶୀଘ୍ର ବିଧି-ବିଧାନ ସହ ଦାହ ସଂସ୍କାର ସମ୍ପନ୍ନ ହୁଏ।
ରାମ ବିଶ୍ୱାସ କରୁଥିଲେ ଯେ ମୃତ୍ୟୁ ପରେ ପାପ-ପୁଣ୍ୟ ଏବଂ ଶତ୍ରୁତା ସମାପ୍ତ ହୋଇଯାଏ। ତେଣୁ ରାବଣ ପ୍ରତି ଆଦର ଏବଂ ଧର୍ମାନୁକୂଳ ବ୍ୟବହାର ଦେଖାଇବା ପାଇଁ ସେ ରାବଣର ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ବିଭୀଷଣ ରାବଣକୁ ଅଧର୍ମୀ ଏବଂ ଶତ୍ରୁ ମାନୁଥିବାରୁ ଦାହ ସଂସ୍କାର କରିବାକୁ ମନା କରିଥିଲେ।
କିପରି ହୋଇଥିଲା ଅନ୍ତିମ ସଂସ୍କାର?
ରାବଣର ଅନ୍ତିମ ସଂସ୍କାର ହିନ୍ଦୁ ଦାହ-ସଂସ୍କାର ପରି ହୋଇଥିଲା। ଏହା ଲଙ୍କାର ରାଜକୀୟ ସମ୍ମାନ ସହିତ କରାଯାଇଥିଲା। ଏଥିରେ ବ୍ରାହ୍ମଣମାନଙ୍କ ସହାୟତାରେ ବେଦ-ମନ୍ତ୍ର ଏବଂ ଶାସ୍ତ୍ର-ଆଜ୍ଞା ଅନୁସାରେ ଆହୁତି ଦିଆଯାଇଥିଲା। ବାଲ୍ମୀକି ରାମାୟଣରେ କୁହାଯାଇଛି ଯେ ରାବଣ ପାଇଁ ଏକ ବିଶେଷ ଚିତା ପ୍ରସ୍ତୁତ କରାଯାଇଥିଲା, ଯାହାକୁ ଚନ୍ଦନ ଏବଂ ଅନ୍ୟାନ୍ୟ ଉତ୍ତମ ଦ୍ରବ୍ୟରେ ସଜାଯାଇଥିଲା।
ରାମ କେଉଁ ଅସ୍ତ୍ର ବ୍ୟବହାର କରିଥିଲେ?
ଯୁଦ୍ଧର ଦଶମ ଦିନରେ ରାମ ଯେତେବେଳେ ରାବଣର ନାଭିରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ, ରାବଣ ତଳେ ପଡ଼ିଗଲା। ତା’ର ପ୍ରାଣବାୟୁ ଉଡ଼ିଯିବା ପୂର୍ବରୁ ସେ ତିନିଥର 'ରାମ' ନାମ ନେଇଥିଲା। ରାବଣର ନାଭିରେ ଥିବା ଅମୃତ ଯୋଗୁଁ ତାକୁ ମାରିବା କଠିନ ଥିଲା, କିନ୍ତୁ ବ୍ରହ୍ମାସ୍ତ୍ରର ପ୍ରହାରକୁ ସେ ସମ୍ଭାଳି ପାରିନଥିଲା।
ରାମ କିପରି ବିଭୀଷଣଙ୍କୁ ବୁଝାଇଲେ?
ରାବଣ ପାପୀ ଥିଲା ବୋଲି କହି ବିଭୀଷଣ ଅନ୍ତିମ ସଂସ୍କାର ପାଇଁ ମନା କରିଥିଲେ। ସେତେବେଳେ ରାମ ବିଭୀଷଣଙ୍କୁ ବୁଝାଇଥିଲେ ଯେ ମୃତ୍ୟୁ ସହିତ ପାର୍ଥିବ ଶରୀରର ପାପ ମଧ୍ୟ ଶେଷ ହୋଇଯାଏ, ତେଣୁ ଅନ୍ତିମ ସଂସ୍କାର କରିବାରେ କୌଣସି ଅସୁବିଧା ନାହିଁ। ଏହାପରେ ବିଭୀଷଣ ସମ୍ମାନପୂର୍ବକ ରାବଣର ଅନ୍ତିମ ସଂସ୍କାର କରିଥିଲେ।
ଅନ୍ୟ କ’ଣ ମାନ୍ୟତା ରହିଛି?
ଏକ ମାନ୍ୟତା ଏହା ମଧ୍ୟ କହେ ଯେ ବିଭୀଷଣ ଦାହ-ସଂସ୍କାର କରିନଥିଲେ। ସେତେବେଳେ ରାବଣର ଶବକୁ ନାଗକୁଳର ଲୋକମାନେ 'ମମି' କରି ସୁରକ୍ଷିତ ରଖିଥିଲେ। କୁହାଯାଏ ଯେ ଶ୍ରୀଲଙ୍କାର ରୈଗଲାର ଏକ ଜଙ୍ଗଲରେ ଗୁମ୍ଫା ଭିତରେ ରାବଣର ଶବ ୧୮ ଫୁଟ୍ ଲମ୍ବା ଶବପେଟିରେ ରଖାଯାଇଛି, ଯାହା ତଳେ ତା’ର ଖଜାନା ମଧ୍ୟ ଅଛି।
ମରିବା ସମୟରେ ୩ ଥର ରାମ ନାମ ନେଇଥିଲା
ରାବଣ ଭଗବାନ ଶିବଙ୍କର ଜଣେ ମହାନ ଭକ୍ତ ଥିଲା। କିନ୍ତୁ ତା’ର ଭକ୍ତିର ଉପାୟ ଶାସ୍ତ୍ରାନୁସାରେ ଠିକ୍ ନଥିଲା ଏବଂ ପାପ ଅଧିକ ଥିବାରୁ ତାକୁ ନର୍କକୁ ଯିବାକୁ ପଡ଼ିଥାନ୍ତା। ତେଣୁ ଅହଂକାରରେ ବୁଡ଼ି ରହିଥିବା ବିଦ୍ୱାନ ରାବଣ ମରିବା ସମୟରେ ତିନିଥର ରାମ ନାମ ସ୍ମରଣ କରିଥିଲା ଯାହା ଦ୍ୱାରା ତା’ର ଆତ୍ମାକୁ ମୋକ୍ଷ ମିଳିଥିଲା।