ଖବର ଓଡ଼ିଶା: ଦେଶର ରାଜଧାନୀ ନୂଆଦିଲ୍ଲୀରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । କୈଳାଶ ଗେହଲଟ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହିତ ପରେଡ୍ ରେ ଅଭିବାଦନ ଗ୍ରହଣ କରିଛନ୍ତି ।
ତେବେ ଆଜି ମୁଖ୍ୟମନ୍ତ୍ରୀ ଆବାସରେ ତ୍ରିରଙ୍ଗା ଉଡ଼ିପାରି ନାହିଁ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାରୁ ଏଠାରେ ପତାକା ଉତ୍ତୋଳନ କରାଯାଇ ନ ଥିବା ଜଣାପଡ଼ିଛି ।
ଏଠାରେ କହିରଖୁଛୁ ଯେ, ସ୍ୱାଧୀନତା ଦିବସରେ ମନ୍ତ୍ରୀ ଅତିଶୀ ସିଂ ପତାକା ଉତ୍ତୋଳନ କରିବାକୁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ(ଜିଏଡି)କୁ ପ୍ରସ୍ତାବ ଦେଇଥିଲେ । ମାତ୍ର କିନ୍ତୁ ଜିଏଡି ଏହି ପ୍ରସ୍ତାବକୁ ଖାରଜ କରିଦେିଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଇନ ଅନୁସାରେ ଅବୈଧ ବୋଲି ଜିଏଡିର ଅତିରିକ୍ତ ମୁଖ୍ୟ ସଚିବ ନବୀନ କୁମାର ଚୌଧୁରୀ କହିଥିଲେ । ଜେଲ ନିୟମରେ ଏହା ନାହିଁ ବୋଲି ସେ କହିଥିଲେ ।