ଉତ୍ତରପ୍ରଦେଶ: ବର୍ଷ ଆରମ୍ଭରୁ ଉତ୍ତପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା । ନିଜ ଜନ୍ମକଲା ପୁଅ ପିଚାଶ ସାଜି ନିଜ ମା’ ସମେତ ପରିବାର ୪ ଭଉଣୀଙ୍କୁ ହତ୍ୟା କରିଛି । ହତ୍ୟାକାଣ୍ଡ ଘଟାଇଥିବା ଯୁବକ ଜଣକ ହେଉଛି ୨୪ ବର୍ଷୀୟ ଅର୍ଶଦ । ଲକ୍ଷ୍ନୌର ହୋଟେଲ ଶରଣଜିତରୁ ପରିବାରର ସମସ୍ତ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେପଟେ ବାପା ଘଟଣା ପରେ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁସାରେ ହୋଟେଲ ଶରଣଜୀତରେ ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’ ଏବଂ ଚାରି ଭଉଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇ, ହାତର ଶିର କାଟି ହତ୍ୟା କରାଯାଇଛି । ମୃତକଙ୍କ ବେକ ଓ ହାତରେ ରହିଛି ଗଭୀର କ୍ଷତ ଚିହ୍ନ । ହୋଟେଲ ରୁମରୁ ୫ଜଣଙ୍କ କ୍ଷତାକ୍ତ ଶବ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ, ପୋଲିସ ହତ୍ୟାକାରୀ ପୁଅ ଅଶର୍ଦକୁ ଗିରଫ କରିଛି ।
ପ୍ରାରମ୍ଭିକ ତଦନ୍ତରୁ ହତ୍ୟାକାଣ୍ଡର କାରଣ ପାରିବାରିକ କଳହ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ବାବଦରେ ସେଣ୍ଟ୍ରାଲ୍ ଡିସିପି କହିଛନ୍ତି,‘ହୋଟେଲ ଶରଣଜିତର ଏକ କୋଠରୀରୁ ଆଜି ପାଞ୍ଚ ଜଣଙ୍କ ମୃତଦେହ ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଆଗ୍ରା ନିବାସୀ ୨୪ ବର୍ଷୀୟ ଅର୍ଶଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପ୍ରାରମ୍ଭିକ ପଚରାଉଚରା ବେଳେ ସେ ଏହି ହତ୍ୟାକାଣ୍ଡ କରିଥିବା ନେଇ ସ୍ୱୀକାର କରିଥିଲା । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।