ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ। କୁପୱାରରେ ସୁରକ୍ଷାକର୍ମୀ ଯବାନଙ୍କ ଉପରକୁ ଏନକାଉଣ୍ଟର କରିଛି । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ।
ସୂଚନା ମୁତାବିକ, ଜମ୍ମୁ- କଶ୍ମୀରର କୁପୱାରାରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମୀଳିବା ପରେ ଜାମ୍ମୁ କାଶ୍ମୀର ପୋଲିସ ଓ ସ୍ପେଶାଲ ଗ୍ରୁପ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।
ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଗୁଳିବିନିମୟ ଜାରି ରହିଥିବାରୁ ସ୍ଥାନୀୟବାସିନ୍ଦାଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ସୁରକ୍ଷାକର୍ମୀ । ଜମ୍ମୁ ଏବଂ କଶ୍ମୀରର ହିନ୍ଦୱାଡା ଜିଲ୍ଲାରେ ମଧ୍ୟ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି । ସୁରକ୍ଷାବଳ ଜିଲ୍ଲର ଜଚଲଦାରାର କୁମ୍ଭୁରା ଅଞ୍ଚଳରେ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି ।
ଅଧିକ ପଢନ୍ତୁ: ବିଏଲଏ ଆକ୍ରମଣରେ ପାକିସ୍ତାନ ବେହାଲ; ସପ୍ତାହ ଭିତରେ ସେନା ଛାଡ଼ିଲେଣି ୨୫ଶହ ଯବାନ, ନିଜକୁ ଅସୁରକ୍ଷିତ ମନେକରି ଦେଉଛନ୍ତି ଇସ୍ତଫା